Below header

ଅନଲାଇନରେ ଲଞ୍ଚ ହେଲା Samsung Galaxy M11, ୟୁଜରଙ୍କୁ ମିଳିବ ୫୦୦୦ ଏମଏଏଚ ବ୍ୟାଟେରୀ ସୁବିଧା

ସାମସଙ୍ଗ କମ୍ପାନୀ ଏମ ସିରିଜର ଲାଟେଷ୍ଟ ସ୍ମାର୍ଟଫୋନ ଗ୍ୟାଲେକ୍ସି ଏମ ୧୧ କମ୍ପାନୀର ଅଫିସିଆଲ ୟୁଏଇ ସାଇଟରେ ଲଞ୍ଚ ହୋଇଛି । ଏହି ଫୋନ ଫିଚର ବି ସାମ୍ନାକୁ ଆସିଛି । ସୂଚନା ମୁତାବକ ଗ୍ରାହକଙ୍କୁ ସାମସଙ୍ଗ ଗ୍ୟାଲେକ୍ସି ଏମ ୧୧ରେ ୫,୦୦୦ ଏମଏଚ ବ୍ୟାଟେରୀ, ଦମଦାର ଡିଷ୍ପ୍ଲେ ଓ ପାୱାରଫୁଲ ପ୍ରୋସେସରର ସପୋର୍ଟ ମିଳିବ । ଅବଶ୍ୟ ଫୋନର ଦର ବିଷୟରେ ଏଯାବତ କମ୍ପାନୀ କୌଣସି ତଥ୍ୟ ଦେଇନାହିଁ । ତେବେ ଆସନ୍ତୁ ଜାଣିବା ସାମସଙ୍ଗ ଗ୍ୟାଲାକ୍ସି ଏମ ୧୧ର ସମ୍ଭାବିତ ଦର ଓ ସ୍ପେସିଫିକେକ୍ସନ ବିଷୟରେ:

samsung

-ମିଡ଼ିଆ ରିପୋର୍ଟ ଅନୁଯାୟୀ, ସାମସଙ୍ଗ ଏମ ୧୧ ୩ ଜିବି ରାମ + ୩୨ ଜିବି ଷ୍ଟୋରେଜ ଓ ୪ ଜିବି ରାମ + ୬୪ ଜିବି ଷ୍ଟୋରେଜ ଭାରିଆଣ୍ଟ ସହ ହିଁ ବଜାରରେ ଉପଲବ୍ଧ ହେବ । ଏହାର ପ୍ରାରମ୍ଭିକ ଦର ୭,୦୦୦ ରୁ ଆରମ୍ଭ କରି ୧୦,୦୦୦ ଭିତରେ ରଖାଯିବ ବୋଲି ଜଣାଯାଇଛି ।

– କମ୍ପାନୀ ଏଥିରେ ୬.୪ ଇଞ୍ଚ ର ଏଚଡ଼ି + ଏଲସିଡ଼ି ଡିଷ୍ପ୍ଲେ ଦିଆଯାଇଛି । ଏହା ସହ ଭଲ ପରଫରମନ୍ସ ପାଇଁ କ୍ଵାଳକମ ସ୍ନାପଡ୍ରାଗନ ୪୫୦ ଚିପସେଟ ବି ମିଳିପାରିବ । ଏହା ଆଣ୍ଡ୍ରଏଡ଼ ଅପରେଟିଙ୍ଗ ସିଷ୍ଟମ ସହାୟତାରେ ହିଁ କାମ କରିବ । କମ୍ପାନୀ ଏହି ଫୋନରେ ଟ୍ରିପଲ ରିୟର କ୍ୟାମେରା ସେଟଅପ ସୁବିଧା ବି ଦେଇଛି । ଯେଉଁଥିରେ ୧୩ ମେଗା ପିକସଲ ପ୍ରାଇମେରୀ ସେନ୍ସର, ୨ ମେଗା ପିକସାଲ ସେନ୍ସର ଓ ୫ ମେଗା ପିକସଲର ସେନ୍ସର ମଧ୍ୟ ମହଜୂତ ଅଛି । ଏହା ବ୍ୟତୀତ ୟୁଜର ମାନଙ୍କୁ ୮ ମେଗାପିକସଲ ପଞ୍ଚ ହୋଲ ସେଲ୍ଫି କ୍ୟାମେରା ବି ମିଳିଛି ।

– କନେକ୍ଟିଭିଟି ଦୃଷ୍ଟିରୁ ଏଥିରେ ୪ ଜି ଏଲଟିଇ, ଯୁଏବି ୨.୦ , ବଳୁଟୁଥ ୪.୦ ଓ ୩.୫ ହେଡ଼ଫୋନ ଜୟାଙ୍କ ପରି ଫିଚର ବି ଦିଆଯାଇଛି । ଏହା ବାଦ ୟୁଜର୍ସଙ୍କୁ ଏହି ଫୋନରେ ୫,୦୦୦ଏମଏଏଚ ବ୍ୟାଟେରୀ ସୁବିଧା ବି ମିଳିପାରିବ । ଏସବୁ ବାଦ ଏଥିରେ ୧୫ ଵାଟର ଫାଷ୍ଟ ଚାରଜିଙ୍ଗ ସୁବିଧା ବି ମିଳିପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.