Below header

ଯଦି ଆପଣଙ୍କ ଘରେ ସ୍କୁଟି ଅଛି ତାହେଲେ ଥରେ ଏହି ଭିଡିଓ ନିଶ୍ଚୟ ଦେଖନ୍ତୁ, ନଚେତ

ସୋସିଆଲ ମିଡିଆରେ ଏକ ଭିଡ଼ିଓ ଏବେ ଖୁବ ଭାଇରଲ ହେଉଛି। ଏହି ଭାଇରଲ ହେଉଥିବା ଭିଡ଼ିଓକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ହୋଇଯିବେ। ଯେଉଁମାନଙ୍କର ସ୍କୁଟି ଅଛି ସାଧାରଣତଃ ସେମାନେ ଟିକେ ଏହାକୁ ଭଲଭାବରେ ଦେଖନ୍ତୁ।

ଭିଡ଼ିଓରେ ଆପଣ ଦେଖିପାରୁଥିବେ ଗୋଟେ ସାପ ଗାଡି ଭିତରେ ପସିକି ରହିଛି। ଯେମିତି ଗାଡ଼ି ଚାଳକ ଜଣଙ୍କ ଗାଡି ପାଖରେ ପହଁଚିଲେ ଠିକ ସେହି ସମୟରେ ଗାଡିର ମିରର ଲାଗିବ ସ୍ଥାନରୁ ବାହାରି ସେ ମୁଣ୍ଡ ଟେକିଲା। ଏହା ଦେଖି ଗାଡି ଚାଳକ ଜଣଙ୍କ ଡରିଗଲେ ଏବଂ ସାପ ଧରାଳିଙ୍କୁ ତୁରନ୍ତ ଡାକିଲେ। ଯାହାପରେ ସାପ ଧରାଳି ଆସି ସାପଟିକୁ ଗାଡି ଭିତରୁ ବାହାର କରିଥିଲେ।


ଟ୍ଵିଟରରେ ସେୟାର ହୋଇଥିବା ଏହି ଭିଡିଓ ଖୁବ ଭାଇରଲ ହେଉଛି। ଭିଡ଼ିଓକୁ ଇଣ୍ଡିଆନ ଫରେଷ୍ଟ ସର୍ଭିସ ଅଫିସର ସେୟାର କରିଛନ୍ତି। ୧୬ ସେକେଣ୍ଡର ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ଏହି ଭିଡ଼ିଓ କାରୋନା ଭାଇରସ ଲକଡାଉନ ସମୟର ବୋଲି କୁହାଯାଉଛି।

ତେବେ ଏହି ଭିଡ଼ିଓକୁ ଦେଖିଲା ପରେ ଆପଣ ନିହାତି ଭାବରେ ସଚେତନ ହୋଇଯିବେ। ଏଣିକି ଯେତେବେଳେ ବି ଗାଡି ଚଲାଇବେ ଭଲଭାବରେ ଯାଞ୍ଚ କରି ଗାଡି ଚଳାନ୍ତୁ। ଲକଡାଉନ ପରେ ଯେତେବେଳେ ଆପଣ ଗାଡି ବ୍ୟବହାର କରିବେ, ତାପୂର୍ବରୁ ଭଲସେ ଥରେ ଦେଖିଦିଅନ୍ତୁ। ନଚେତ ଲକଡାଉନରେ ଅତେ ଦିନ ଧରି ଗାଡି ନ ଚାଲିଥିବାରୁ ପଶୁ-ପକ୍ଷୀ, ଜୀବ-ଜନ୍ତୁ ଘର କରିଥାଇପରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.