Below header

ଦେଶରେ ମୃତ୍ୟୁ ସଂଖ୍ୟା ୪୩ରେ ପହଁଚିଲା: ଦିଲ୍ଲୀରେ ଧାର୍ମିକ କାର୍ଯ୍ୟକ୍ରମରୁ ବ୍ୟାପିଲା କରୋନା, ଯୋଗଦେଇଥିବା ୩୦୦ଲୋକ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ ବି କାୟା ବିସ୍ତାର କରୁଛି କରୋନା । ଦେଶରେ ୪୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ୨୮୦ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗତକାଲି ତେଲେଙ୍ଗାନାରେ କରୋନା ନେଇଛି ୬ ଜଣଙ୍କର ଜୀବନ । ଗତ ୧୩ରୁ ୧୫ ତାରିଖ ଭିତରେ ଦିଲ୍ଲୀ ନିଜାମୁଦ୍ଦିନ ମାର୍କେଟ ସ୍ଥିତ ତବଲିଙ୍ଗ ଜମାତରେ ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମରେ ସେମାନେ ଯୋଗ ଦେଇଥିଲେ । ଘରକୁ ଫେରିବା ପରେ କରୋନା ପଜିଟିଭ୍‌ ଜଣା ପଡିଥିଲା । କୁହାଯାଉଛି, ନିଜାମୁଦ୍ଦିନରେ ଆୟୋଜିତ କାର୍ଯ୍ୟକ୍ରମରେ ଦେଶର ଭିନ୍ନ ଭିନ୍ନ ସ୍ଥାନ ଓ ବିଦେଶରୁ ସାମିଲ ହୋଇଥିଲେ ଶତାଧିକ ଲୋକ । ତେଣୁ ଆଗକୁ ସଂକ୍ରମିତଙ୍କ ସଂଖ୍ୟା ଅଧିକ ହୋଇପାରେ ।

burlaଦିଲ୍ଲୀରେ ନିଜାମୁଦିନ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପରେ ସମଗ୍ର ଅଞ୍ଚଳକୁ ସିଲ କରିଛି ପୋଲିସ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ କହିଛନ୍ତି ଅନ୍ୟ ଯେଉଁମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସେମାନେ ସରକାରଙ୍କ ସହ ଯୋଗାଯୋଗ କରନ୍ତୁ। ଫଳରେ ସେମାନଙ୍କ ଚିହ୍ନଟ ପରେ ମାଗଣା ପରୀକ୍ଷା ଓ ଚିକିତ୍ସା ଯୋଗାଇଦିଆଯାଇପାରିବ । ସେପଟେ ମୃତକଙ୍କ ସଂଶ୍ପର୍ଶରେ ଆସିଥିବା ଲୋକମାନଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.