Below header

ଖୋର୍ଦ୍ଧା : ଜାତୀୟ ରାଜପଥରେ ସକ୍ରିୟ ହେଉଛନ୍ତି ଡକାୟତ, ଚେନ ଲୁଟିବା ବେଳେ ଛିଟିକି ପଡ଼ି ମହିଳା ଗୁରୁତର

ଖୋର୍ଦ୍ଧା(କେନ୍ୟୁଜ୍): ଚେନ ଲୁଟେରାଙ୍କ ଛିନତାଇରେ ଗୁରୁତର ହେଲେ ମହିଳା। ଘାଟଣା ଘଟିଛି ୧୬ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା କାଇପଦର ନିକଟରେ। ସୂଚନା ମୁତାବକ ପାରିକୁଦ ଅଞ୍ଚଳରୁ ଖୋର୍ଦ୍ଧା ଅଭିମୁଖେ ସ୍କୁଟିରେ ଆସୁଥିବା ଦମ୍ପତିଙ୍କୁ କିଛି ଲୁଟେରା ପିଛା କରିଥିଲେ। ସୁଯୋଗ ଦେଖି କାଇପଦର ନିକଟରେ ଏହି ଲୁଟେରା ମାନେ ମହିଳାଙ୍କ ବେକରୁ ସୁନା ଚେନ ଟାଣି ନେବା ବେଳକୁ ମହିଳା ଜଣକ ସ୍କୁଟିରୁ ଛିଟିକି ପଡ଼ିଥିଲେ। ଏହା ଦେଖି ଲୁଟେରା ମାନେ ଚେନ ନେଇ ସେଠାରୁ ପଳାୟନ କରିଥିଲେ। ରାସ୍ତାରେ ଯାଉଥିବା କିଛି ଲୋକେ ଏ ଦୃଶ୍ୟ ଦେଖି ଲୁଟେରାଙ୍କ ପିଛା କରିଥିଲେ । କିନ୍ତୁ ସେମାନେ କ୍ଷିପ୍ର ଗତିରେ ସେଠାରୁ ପଳାୟନ କରିବାରେ ସଫଳ ହୋଇଥିଲେ।

looeraଏପଟେ ମହିଳା ଜଣଙ୍କ ରାସ୍ତାରେ ଚେତା ଶୂନ୍ୟ ହୋଇ ପଡ଼ି ରହିଥିବାରୁ କିଛି ଯାତ୍ରୀ ୧୦୮କୁ ଫୋନ କରିଥିଲେ। କିନ୍ତୁ ବିଳମ୍ବ ହେବାରୁ ମହିଳାଙ୍କୁ ଏକ ଅଟୋ ଯୋଗେ ଖୋର୍ଦ୍ଧା ଡାକ୍ତରଖାନା ନେଇଛନ୍ତି। ଲକଡାଉନ ସମୟରେ ଜାତୀୟ ରାଜପଥରେ ଏଭଳି ଲୁଟେରାମାନେ ସକ୍ରିୟ ହେଉଛନ୍ତି ଓ ପୋଲିସର ଦୁର୍ବଳ ପେଟ୍ରୋଲିଂ ପାଇଁ ଏଭଳି ପ୍ରତିଦିନ ଘଟୁଛି ବୋଲି କିଛି ଯାତ୍ରୀ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.