ସମସ୍ତ ଓଡ଼ିଆ ଶ୍ରମିକ ମାନଙ୍କ ଉପଯୁକ୍ତ ଯତ୍ନ ନେବା ପାଇଁ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ଵିଟ୍‌

ଭୁବନେଶ୍ବର: ଲକ୍‌ ଡାଉନ୍‌ ସମୟରେ ଗୁଜୁରାଟର ସୁରତ ସମେତ ରାଜ୍ୟର ଅନେକ ସ୍ଥାନରେ ଫଶି ରହିଛନ୍ତି ଅନେକ ଓଡ଼ିଆ ଶ୍ରମିକ। ବସ୍‌, ଟ୍ରେନ୍‌ ଚଳାଚଳ ବନ୍ଦ ହୋଇଯିବା ଫଳରେ ସେମାନେ ନିଜ ରାଜ୍ୟକୁ ଫେରିପାରିନାହାଁନ୍ତି। ଏହାସହ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ସେମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ଟ୍ଵିଟ୍‌ କରି ଅବଗତ କରାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମସ୍ତ ଓଡ଼ିଆ ଶ୍ରମିକ ମାନଙ୍କ ଉପଯୁକ୍ତ ଯତ୍ନ ନେବା ପାଇଁ ବିଜୟ ରୂପାନୀ ନିର୍ଦ୍ଦେଶ ଦେଇଥିବା ଧର୍ମେନ୍ଦ୍ର କହିଛନ୍ତି।

dharmendra

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.