ଗଞ୍ଜାମ: ଗଞ୍ଜାମରେ ବଢୁଛି କରୋନା । ଜିଲ୍ଲାରେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ପ୍ରତ୍ୟେକ ଦିନ ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି ସର୍ବାଧିକ ପଜିଟିଭ୍ । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ରତ୍ୟେକ ଦିନ ଯାଉଛି ଜୀବନ । ଏହାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୮ଟି ଯାକ ସହରାଞ୍ଚଳକୁ ୫ ଦିନ ପାଇଁ ସଟ୍ଡାଉନ୍ କରି ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି । ୧୫ ଦିନ ପାଇଁ ଗଞ୍ଜାମର ସବୁ ସହର ସୀମା ସିଲ କରାଯାଇଛି । ବ୍ରହ୍ମପୁର ମହାନଗର, ହିଞ୍ଜିଳି ପୌରାଞ୍ଚଳ ଓ ୧୬ଟି ଏନ୍ଏସିକୁ ୧୫ ଦିନ ପାଇଁ ସିଲ୍ କରାଯାଇଛି । ୨୮ ତାରିଖ ମଧ୍ୟରାତ୍ରି ଯାଏ କଟକଣା ରହିବ । ସହରାଞ୍ଚଳ ମଧ୍ୟକୁ କେହି ଯାଇପାରିବେ ନାହିଁ କିମ୍ବା ସହରାଞ୍ଚଳରୁ କେହି ବାହାରକୁ କୌଣସି ବ୍ଲକକୁ ଯାଇପାରିବେ ନାହିଁ । ୪୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ବେଳେ ୩୦ଟି ଅସ୍ଥାୟୀ ଚେକ୍ ପୋଷ୍ଟ କରାଯାଇଛି।
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…
କନ୍ଧମାଳ : କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…
ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…
ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…
ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…
ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…