ଗଞ୍ଜାମରେ ସ୍ଥିତି ଗମ୍ଭୀର: ଜିଲ୍ଲା ପ୍ରଶାସନ ପକ୍ଷରୁ ୧୮ଟି ସହରାଞ୍ଚଳକୁ ୫ ଦିନ ପାଇଁ ସଟ୍‌ଡାଉନ୍‌

ଏକାଥରକେ ୫ ଓଏଏସ୍‌ଙ୍କ ସମେତ ୪୭ ଓଆରଏସଙ୍କୁ ପଠାଯାଇଛି ଗଞ୍ଜାମ

ଗଞ୍ଜାମ: ଗଞ୍ଜାମରେ ବଢୁଛି କରୋନା । ଜିଲ୍ଲାରେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ପ୍ରତ୍ୟେକ ଦିନ ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି ସର୍ବାଧିକ ପଜିଟିଭ୍‌ । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ରତ୍ୟେକ ଦିନ ଯାଉଛି ଜୀବନ । ଏହାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୮ଟି ଯାକ ସହରାଞ୍ଚଳକୁ ୫ ଦିନ ପାଇଁ ସଟ୍‌ଡାଉନ୍‌ କରି ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି । ୧୫ ଦିନ ପାଇଁ ଗଞ୍ଜାମର ସବୁ ସହର ସୀମା ସିଲ କରାଯାଇଛି । ବ୍ରହ୍ମପୁର ମହାନଗର, ହିଞ୍ଜିଳି ପୌରାଞ୍ଚଳ ଓ ୧୬ଟି ଏନ୍‌ଏସିକୁ ୧୫ ଦିନ ପାଇଁ ସିଲ୍‌ କରାଯାଇଛି । ୨୮ ତାରିଖ ମଧ୍ୟରାତ୍ରି ଯାଏ କଟକଣା ରହିବ । ସହରାଞ୍ଚଳ ମଧ୍ୟକୁ କେହି ଯାଇପାରିବେ ନାହିଁ କିମ୍ବା ସହରାଞ୍ଚଳରୁ କେହି ବାହାରକୁ କୌଣସି ବ୍ଲକକୁ ଯାଇପାରିବେ ନାହିଁ । ୪୧ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଥିବା ବେଳେ ୩୦ଟି ଅସ୍ଥାୟୀ ଚେକ୍‌ ପୋଷ୍ଟ କରାଯାଇଛି।

coronaଅନ୍ଯପଟେ ଗଞ୍ଜାମରେ ସ୍ଥିତି ନିୟନ୍ତ୍ରଣ ପାଇଁ ସରକାରଙ୍କ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଏକାଥରେ ୫ ଓଏଏସ୍‌ଙ୍କ ସମେତ ୪୭ ଓଆରଏସ୍‌ ଗଞ୍ଜାମ ପଠାଯାଇଛି । ଏହା ସହ ୩୩ ଏଲୋପ୍ୟାଥିକ୍‌ ଡାକ୍ତର, ୧୦୦ ଆୟୁଷ ଡାକ୍ତରଙ୍କ ବ୍ୟତୀତ, ୩୩ ଟେକ୍ନିସିଆନ୍‌ ଗଞ୍ଜାମ ଯାଇଛନ୍ତି । କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ଓ ବଲାଙ୍ଗିରରେ କାମ କରୁଥିବା ଆୟୂଷ ଡାକ୍ତର ଗଞ୍ଜାମ ଜିଲ୍ଲାକୁ ଯିବେ । ଆଡ୍‌ଭାନ୍‌ସ ଲାଇଫ୍‌ ସପୋର୍ଟ ଆମ୍ବୁଲାନ୍ସକୁ ପୁରୀରୁ ଗଞ୍ଜାମ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଛି । ରାଜସ୍ୱ ବିଭାଗ ୪୭ ଜଣ ଓଡ଼ିଶା ରାଜସ୍ୱ ସେବା ଅଧିକାରୀଙ୍କୁ ଗଞ୍ଜାମ ଜିଲ୍ଲାକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛି । ଏହି ଅଧିକାରୀମାନେ ୧୭ ତାରିଖ ସୁଦ୍ଧା ରିଲିଭ୍‌ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.