Below header

ରାତି ଅଧରେ ହଠାତ୍‌ ଗାଡି ଆଗକୁ ଚାଲି ଆସିଲା ବାଘ, ଆଉ ତା’ ପରେ ମୁଣ୍ଡକୁ ହୁଏତ କିଛି ବୁଦ୍ଧି ଜୁଟିଲା ନାହିଁ…. ଦେଖନ୍ତୁ ଭିଡିଓ

ରାତି ଅଧରେ ଆପଣଙ୍କ ଗାଡି ସାମ୍ନାରେ କୁକୁର ଆସିଗଲେ ଆପଣ ହୁଏତ ବେଳେ ବେଳେ ଡରି ଯାଆନ୍ତି। କିନ୍ତୁ କେବେ ବାଘାର ସାମ୍ନା କରିଛନ୍ତି କି ? ହୁଏତ ନା। ଥରେ ଭାବନ୍ତୁ ନା, ଆପଣ ରାସ୍ତାରେ ଯାଉଥିବା ବେଳେ ହଠାତ୍‌ ଏକ ବାଘ ଆସି ରାସ୍ତା ମଛିରେ ଆପଣଙ୍କ ଗାଡି ସାମ୍ନାକୁ ଆସିଥାଏ, ତେବେ ଆପଣ କ’ଣ କରିବେ। ମୁଣ୍ଡକୁ ହୁଏତ କିଛି ବୁଦ୍ଧି ଜୁଟିବ ନାହିଁ । ଆପଣ ହଡବଡେଇ ଯିବେ। ଡରି ଯିବେ। କ’ଣ କରିବେ କିଛି ଚିନ୍ତା କରିପାରିବେ ନାହିଁ। ଠିକ୍‌ ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଏକ ବାଘର ଭିଡିଓ ବେଶ ଭାଇରଲ ହେବାରେ ଲାଗିଛି।

ଭାଇରଲ ହେଉଥିବା ଭିଡିଓରେ ବାଘଟି ମଝି ସଡକରେ ଗାଡି ସାମନାରେ ବସି ରହିଥିବାର ଭିଡିଓ ଦେଖିବାକୁ ମିଳିଛି। ୩୦ ସେକେଣ୍ଡର ଏହି ଭିଡିଓକୁ ଅନୁରାଗ ଦଓ୍ଵାରି ଟ୍ଵିଟରରେ ସେୟାର କରିଛନ୍ତି। ଘଟଣାଟି, ମଧ୍ୟପ୍ରଦେଶର ସିବନି ଜିଲ୍ଲାଠାରୁ ୨୫ କିମି ଦୂର ପେଞ୍ଚ ନ୍ୟାସନାଲ ପାର୍କ ଅଞ୍ଚଳର ବୋଲି କୁହାଯାଉଛି।

ଏଠାରେ ଥିବା ଏନ୍‌ଏଚ-୭ରେ ରାସ୍ତାକାମ ଚାଲିଥିବା ସମୟରେ ହଠାତ୍‌ ବାଘକୁ ଦେଖିବାକୁ ମିଳିଥିଲା। ବାଘଟି କାହାକୁ ଖାତିର ନ କରି ମଝି ସଡକରେ ଆସି ବସିଥିଲା। ରାସ୍ତା ଯିବା ଆସିବା କରୁଥିବା ଲୋକେ ଆତଙ୍କିତ ହୋଇ ପଡିଥିଲେ। ତେବେ ବାଘଟି କାହାକୁ କିଛି କ୍ଷତି କରିନଥିଲା। ସଡକ ମଝିରେ ବାଘକୁ ଦେଖି ଗାଡିଗୁଡିକ ଅଟକି ଯାଇଥିଲା। କିଛି ସମୟ ପରେ ବାଘଟି ସେଠାରେ ଚାଲି ଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.