କରୋନା ଭାଇରସ

ପିଲାଙ୍କ ଉପରେ ତୃତୀୟ ଲହର ପ୍ରଭାବକୁ ନେଇ ଦିଲ୍ଲୀ ଏମ୍ସ ଡାଇରେକ୍ଟର କହିଲେ ଏମିତି କଥା

କରୋନାର ଦ୍ୱିତୀୟ ଲହର ସମସ୍ତଙ୍କ ମନରେ ଡର ସୃଷ୍ଟି କରିଛି । ଏବେ ମୃତୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ତେବେ ତୃତୀୟ ଲହର ପିଲାଙ୍କ ପାଇଁ କି ପ୍ରଭାବ ପକାଇବ ସେ ସମ୍ପର୍କରେ ପ୍ରକାଶ କରିଛନ୍ତି ଦିଲ୍ଲୀ ସ୍ଥିତ ଏମ୍ସ ଡାଇରେକ୍ଟର ରଣଦୀପ ଗୁଲେରିଆ ।

ତୃତୀୟ ଲହର ପିଲାଙ୍କ ପାଇଁ ଘାତକ ହେବ କହିବା ଠିକ୍‌ ହେବନି :

ପୂର୍ବ ସଂକ୍ରମଣରେ ପିଲାଙ୍କ ଠାରେ ସାମାନ୍ୟ ସଂକ୍ରମଣ ଦେଖିବାକୁ ମିଳିଥିଲା । ଯଦିଓ ବର୍ତ୍ତମାନର ସଂକ୍ରମଣ ବଡ଼ଙ୍କ ଠାରେ ଅଧିକ ପ୍ରଭାବ ପକାଇଛି ଓ ମାରାତ୍ମକ ହୋଇଛି । ପିଲାଙ୍କୁ ୩ୟ ଲହର ସଂକ୍ରମଣ ସେମିତି ଘାତକ ହେବ ବୋଲି ବୈଜ୍ଞାନିକ ଆଧାରରେ କହି ବା ଠିକ୍‌ ହେବନାହିଁ । ତେବେ ସ୍କୁଲ କଲେଜ ଖୋଲିଲେ ସଂକ୍ରମଣ ବଢ଼ିପାରେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଡା. ଗୁଲେରିଆ ।

photo credit: punjabkesari.in

ଏପରି ଲକ୍ଷଣ ଦେଖିଲେ ତୁରନ୍ତ କରନ୍ତୁ ଚେକ୍‌ ଅପ୍‌ :

ବ୍ଲାକ ଫଙ୍ଗସ୍‌ ସମ୍ପର୍କରେ ଗୁଲେିଆ କୁହନ୍ତି ଯେ ଯଦି ମୁଣ୍ଡ ବିନ୍ଧା, ନାକ ବନ୍ଦ ହେବା, ନାକରୁ କେବେ କେବେ ରକ୍ତ ଆସିବା, ଆଖି ତଳ ଫୁଲିବା, ଗୋଟିଏ ସାଇଡ ଦରଜ ହେବା କିମ୍ବା ଚେହେରାର ସେନ୍ସସେସନ୍‌ କମିଯିବା ଦେଖାଯାଏ, ଏହା ବ୍ଲାକ୍‌ ଫଙ୍ଗସ ଲକ୍ଷଣ ହୋଇପାରେ । ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଉଚିତ୍‌ ।

ତୃତୀୟ ଲହରରୁ କେମିତି ପିଲାଙ୍କୁ ବଞ୍ଚାଇବେ :

କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ପିଲାଙ୍କର ଇମ୍ୟୁନିଟି ମଜବୁତ ହେବା ବହୁତ ଜରୁରୀ । ଯଦି ଶରୀରର ଇମୁ୍ୟୃନିଟ୍‌ ଦୃଢ଼ ହୁଏ ତେବେ ରୋଗ ହେବନି ।

– ଏଥିପାଇଁ ଆପଣ ପିଲାଙ୍କୁ ମଲ୍ଟି ଭିଟାମିନ ଖାଇବାକୁ ଦିଅନ୍ତୁ ।
– ପିଲାଙ୍କୁ ସ୍ୱାସ୍ଥ୍ୟକର ଖାଦ୍ୟ ଖୁଆନ୍ତୁ । ଫଳ, ପରିବା ଓ ଫ୍ରୁଟ୍‌ ଜୁସ୍‌ ଭରପୁର ଖୁଆନ୍ତୁ ।
– ପିଲାଙ୍କୁ କିଛି ସମୟ ପାଇଁ ଖରାରେ ବସିବାକୁ କୁହନ୍ତୁ । ତାଙ୍କ ଖାଦ୍ୟରେ ଅଣ୍ଡା ଜରୁର ସାମିଲ କରନ୍ତୁ ।
– ପିଲାଙ୍କ ଖାଇବା ପିଇବା ଯଦି ଠିକ୍‌ ରହେ ତାଙ୍କୁ ରୋଗ ହେବା ଆଶଙ୍କା କମିଯିବ ।
– ଗରମ ବେଳେ ପିଲାଙ୍କୁ ଲେମ୍ବୁ ପାଣି, ଫ୍ରୁଟ୍‌ ଜୁସ୍‌ ଆଦି ପିଇବାକୁ ଦିଅନ୍ତୁ ।
– ଏହାଛଡ଼ା ସାମାଜିକ ଦୂରତା, ମାସ୍କ ଲଗାଇବା, ସାନିଟାଇଜ ଉପରେ ଗୁରୁତ୍ୱ ଦିଅନ୍ତୁ ।

Niharanjan

Recent Posts

ଶେଷ ପର୍ଯ୍ୟାୟ ନିର୍ବାଚନ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର (କେନ୍ୟୁଜ): ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ କ୍ୟାମ୍ପେନ ଘମାସାନ । ଆଜି ଓଡ଼ିଶାର ୩ଟି ସ୍ଥାନରେ…

1 min ago

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

7 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

9 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

9 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

11 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

12 hours ago