କରୋନା ଭାଇରସ

କରୋନା ଟେଷ୍ଟ ପାଇଁ ଆଉ ନାକରେ ପଶିବନି ସ୍ୱାବ୍‌, ବୈଜ୍ଞାନିକ କାଢ଼ିଲେ ନୂଆ ଉପାୟ

ନାଗପୁର :  ଦିନକୁ ଦିନ କରୋନା ପରୀକ୍ଷା ପାଇଁ ବୈଜ୍ଞାନିକମାନେ ନୂଆ ତରିକା କାଢ଼ିବାରେ ଲାଗିଛନ୍ତି । କରୋନା ଟେଷ୍ଟ ପାଇଁ ନାକରୁ ଷ୍ଟିକ ମାଧ୍ୟମରେ ନିଆ ଯାଉଥିବା ସାମ୍ପଲ ଆଉ ଦରକାର ନାହିଁ । ଟେଷ୍ଟ ପାଇଁ ବୈଜ୍ଞାନିକ କାଢ଼ିଲେ ନୂଆ ପଦ୍ଧତି ।

ଏହା RT-PCR ଟେଷ୍ଟ ତୁଳନାରେ ଶସ୍ତା ଓ ଶୀଘ୍ର ହେବ । ଏଭଳି ଏକ ଭଲ ଖବର ମିଳିଛି ନାଗପୁରରୁ । ଏବେ କରୋନା ଟେଷ୍ଟ ପାଇଁ ନାକ ଓ ଗଳାରେ ଷ୍ଟିକ (ସ୍ୱାବ୍‌) ପୁରାଇବା ଆଉ ଆବଶ୍ୟକ ପଡ଼ିବନି । ସାଲାଇନ୍‌ ଗର୍ଗଲ ବା କୁଳି କରି ସେଥିରୁ ଟେଷ୍ଟ କରାଯାଇ ପାରିବ ।

ନାଗପୁର ସ୍ଥିତ ନେସ୍‌ନାଲ୍‌ ଏନ୍‌ଭାର୍ଣ୍ଣମେଣ୍ଟାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ର ବୈଜ୍ଞାନିକମାନେ କରୋନା ସାମ୍ପୁଲ ନେବା ପାଇଁ ସାଲାଇନ୍‌ ଗର୍ଗଲ ଟେକ୍‌ନିକ ବାହାର କରିଛନ୍ତି । ଏହାଦ୍ୱାରା ଆପଣଙ୍କୁ କଷ୍ଟ ହେବ ନାହିଁ । ନାକ କିମ୍ବା ପାଟିରେ ଆଉ ଷ୍ଟିକ ପଶେଇବା ଆବଶ୍ୟକ ପଡ଼ିବ ନାହିଁ । କେବଳ ଗର୍ଗଲ ମାଧ୍ୟମରେ ଆପଣଙ୍କ ଠାରୁ ସାମ୍ପଲ କଲେକସନ୍‌ କରାଯିବ । ଏହି ପଦ୍ଧତିକୁ ଆଇସିଏମ୍‌ଆର୍‌ ମଧ୍ୟ ମାନ୍ୟତା ଦେଇଛି ।

ଏହି ପଦ୍ଧତିରେ ବ୍ୟକ୍ତିକୁ ଏକ ଖାଲି ଡବା ଦିଆଯିବ । ବ୍ୟକ୍ତି ସାଲାଇନ୍‌ କୁଳି କରି ସେହି ଡବାରେ ଭରି ଲ୍ୟାବ୍‌କୁ ପଠାଇବାକୁ ପଡ଼ିବ । ଏହାଦ୍ୱାରା ସାମ୍ପଲ୍‌ ସଂଗ୍ରହ ପାଇଁ ଆଉ ପ୍ରଶିକ୍ଷିତ ଲୋକଙ୍କର ମଧ୍ୟ ଆବଶ୍ୟକ ପଡ଼ିବନାହିଁ । ନିଜେ ଘରେ ସାମ୍ପଲ କଲେକସନ୍‌ କରି ଲ୍ୟାବ୍‌କୁ ପଠାଇପାରିବେ ।

ଏହି ଟେକ୍‌ନିକ୍‌ରେ ଖର୍ଚ୍ଚ ମାତ୍ର ୬୦ ଟଙ୍କା ପଡିବ । ଯେଉଁଠି ରେ ଟେଷ୍ଟ କଲେ ୫୦୦ ଟଙ୍କାରୁ ଅଧିକ ଲାଗୁଛି ବୋଲି କୁହାଯାଇଛି । ଏହି ଟେକ୍‌ନିକ ମାଧ୍ୟମରେ ସମୟ ବଞ୍ଚିବାସହ କଷ୍ଟ ମଧ୍ୟ ହେବନାହିଁ ।

Niharanjan

Recent Posts

ନାକରେ ଟାଇପିଂ କରି ହାସଲ କଲେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ, ଚାରିଆଡ଼େ ହେଉଛି ଚର୍ଚ୍ଚା

ଅନେକ ଲୋକ ଏପରି ଅଛନ୍ତି ଯେଉଁମାନଙ୍କ ଟାଇଫିଂ ସ୍ପିଡ୍‌ ବହୁତ ଅଧିକ ରହିଥାଏ । ଆପଣ ବି କେବେ ନା…

6 mins ago

ନାବାଳିକା ସହ ଦୁଷ୍କର୍ମ ପରେ ମାରିଦେବା ଅଭିଯୋଗ, ଜଙ୍ଗଲରୁ ମୃତଦେହ ଜବତ

ମୟୂରଭଞ୍ଜ : ନାବାଳିକା ସହ ଦୁଷ୍କର୍ମ ପରେ ମାରିଦେବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଥାନାରେ ଅଟକ । ଘଟଣା…

9 mins ago

ଷଷ୍ଠ ଥର ନବୀନ ସରକାର, ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ ବହୁମତ

ଭୁବନେଶ୍ୱର : ଷଷ୍ଠ ଥର ନବୀନ ସରକାର । ଓଡ଼ିଶା ଗଣମାଧ୍ୟମ ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ…

31 mins ago

ଜୁନ ୨୦ରେ ଲଞ୍ଚ ହେବାକୁ ଯାଉଛି Realme GT 6, ଡିଜାଇନ୍ ଦେଖିଲେ କହିବେ ‘Wow’

ଗତ ମାସରେ ଭାରତରେ Realme GT 6T ଲଞ୍ଚ କରାଯାଇଥିଲା । ରିୟଲମି ଚଳିତ ମାସରେ ଜିଟି ସିରିଜର ଆଉ…

44 mins ago

ଗାଁର ଚାରି ଆଡେ଼ ଘେରି ରହିଛି ନାଳ, ବର୍ଷା ଦିନେ ଜଳବନ୍ଦୀ ଜୀବନ କାଟନ୍ତି ଏହି ଗ୍ରାମବାସୀ

ସୁନ୍ଦରଗଡ(କେନ୍ୟୁଜ୍): ଭାରତ ସ୍ୱାଧୀନତାକୁ ବିତି ସାରିଲାଣି ୭୪ବର୍ଷ । ଏହି ୭୪ ବର୍ଷରେ ଆସିଛନ୍ତି ଅନେକ ସରକାର । କରିଛନ୍ତି…

46 mins ago

ପ୍ୟାରିସରୁ ମୁମ୍ବାଇ ଆସୁଥିବା ବିମାନରେ ବୋମା ଆତଙ୍କ, ଜରୁରୀକାଳୀନ ଅବତରଣ କଲା ଭିସ୍ତାରା ବିମାନ

ପ୍ୟାରିସରୁ ମୁମ୍ବାଇ ଆସୁଥିବା ଭିସ୍ତାରା ବିମାନରେ ବୋମା ଆତଙ୍କ । ଏହି ଖବର ପ୍ରସାରିତ ହେବା ପରେ ଆତଙ୍କ ସୃଷ୍ଟି…

46 mins ago