ନୂଆଦିଲ୍ଲୀ : ହଟସ୍ପଟର କଣ୍ଟେନମେଣ୍ଟ ଜୋନ ନେଇ କେନ୍ଦ୍ର ଜାରି କଲା ନୂଆ ଗାଇଡଲାଇନ୍। ବନ୍ଦ ରହିବ ହସପିଟାଲ, ବ୍ୟାଙ୍କ, ଏଟିଏମ୍, ରନ୍ଧନ ଗ୍ୟାସ ବିତରଣ କେନ୍ଦ୍ର ଓ ପେଟ୍ରୋଲ ପମ୍ପ । ଏମିତିକି ଗଣମାଧ୍ୟମ ଓ ଥାନା ବି ରହିବ ବନ୍ଦ ରହିବ । ଗୃହ ମନ୍ତ୍ରାଳୟ ଏହି ନିର୍ଦ୍ଦେଶନାମାକୁ କଡ଼ାକଡ଼ି କରି ପାରିବେ କିନ୍ତୁ ରାଜ୍ୟ ସରକାର ତାକୁ କୋହଳ କରି ପାରିବେନି ।
କଣ୍ଟେନ୍ମେଣ୍ଟ ଜୋନ୍ ପାଇଁ ଏହି କଠୋର ନିୟମଲାଗୁ ହେଲେ ହସ୍ପିଟାଲ୍ ବିଖୋଲିବନି । ଚାଷ କାମ ବନ୍ଦ ରହିବ। ଆସନ୍ତା ୨୦ ତାରିଖରୁ କଟକଣାରେ କିଛି କୋହଳ କରିବା ପାଇଁ ସରକାର ନିୟମାବଳି ଜାରି କରିଥିଲେ। କିନ୍ତୁ ସେହି ନିୟମାବଳିର ପାରା ୫ରୁ ପାରା ୨୦ ଯାଏ ଥିବା ଅନୁମତିକୁ କଣ୍ଟେନ୍ମେଣ୍ଟ ଜୋନ ପାଇଁ ପ୍ରତ୍ୟାହାର କରି ନିଆଯାଇଛି। ଏ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ସବୁ ରାଜ୍ୟକୁ ଚିଠି ଲେଖି ଜଣାଇ ଦେଇଛନ୍ତି।
ଇ-କମର୍ସ କଂପାନୀ, କୋରିଅର, ପ୍ରାଇଭେଟ୍ ସିକ୍ୟୁରିଟି ସର୍ଭିସ, କୋଲଡ ଷ୍ଟୋରେଜ ସବୁ ବନ୍ଦ ରହିବ। ରୋଡ୍, ଜଳସେଚନ ଏବଂ ସବୁ ପ୍ରକାର ନିର୍ମାଣ କାମ ବନ୍ଦ ରହିବ। କୃଷି ଓ ଆନୁସଙ୍ଗିକ ସହ ମତ୍ସ୍ୟ ଓ କୁକୁଡା ଚାଷ ଆଦି ସବୁ କାମ ବନ୍ଦ ରହିବ। କୃଷି ଯନ୍ତ୍ରପାତି ନେଇ ଥିବା ଦୋକାନ ବନ୍ଦ ରହିବ। ପରିବା ମାର୍କେଟ୍ ବନ୍ଦ ରହିବ। ସମୁଦ୍ରକୁ ମାଛ ମାରିବାକୁ ଯାଇ ପାରିବେ ନାହିଁ ମତ୍ସ୍ୟଜୀବୀ। କୌଣସି ଲୋକ ଘରୁ ବାହାରି ପାରିବେ ନାହିଁ। ଏହି ଅଂଚଳ ଦେଇ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ। ରାଜ୍ୟଗୁଡିକ ଚାହିଁଲେ ଏହାକୁ ଅଧିକ କଠୋର କରି ପାରିବେ କିନ୍ତୁ କୋହଳ କରି ପାରିବେ ନାହିଁ। ଏ ନେଇ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଏପରି କିଛି ନୂଆ ଅଂଚଳରେ ପଜିଟିଭ୍ ଚିହ୍ନଟ ହେଲେ ସେ ଅଂଚଳକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରିରାଜ୍ୟ ସରକାର କଟକଣାକୁ କଠୋର କରିପାରିବେ ।
ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…
ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…
ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…
ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…
ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…