କରୋନା ଭାଇରସ

କୋଲକାତାରେ ଲକ୍‌ଡାଉନ ଯୋଗୁ ମାନସିକ ଭାରସାମ୍ୟ ହରାଇଲେ ଓଡ଼ିଆ ଇଞ୍ଜିନିୟର, ଓଡିଶା ଫେରିବାକୁ କରୁଛନ୍ତି ଜିଦ୍

କୋଲକାତା: ଲକ୍‌ଡାଉନ ଯୋଗୁ ମାନସିକ ଭାରସାମ୍ୟ ହରାଇଛନ୍ତି କୋଲକାତା ମ୍ୟାକ୍‌ନାଲି ଭାରତ ଇଞ୍ଜିନିୟରିଂର ବରିିଷ୍ଠ ଅଧିକାରୀ ସରୋଜ ମଙ୍ଗରାଜ । କୋଲକାତାରେ ରହୁଥିବା ଆଠଗଡ଼ର ଏହି ଓଡ଼ିଆ ଇଞ୍ଜନିୟରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘରକୁ ଯିବାକୁ ଜିଦ୍‌ ଧରି ବସିଛନ୍ତି ସେ ।

ଏକମାସ ପୂର୍ବରୁ ତାଙ୍କ ପତ୍ନୀ ଓଡ଼ିଶା ଆସିଥିଲେ । ଲକ ଡାଉନ ଯୋଗୁ ଆଉ ଫେରି ପାରିନାହାନ୍ତି । ୧୨ ତାରିଖ ଦିନ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ ଜଣାଇଥିଲେ ସରୋଜଙ୍କ ପରିବାର । ପରେ ବିଧାୟକ ଏସମ୍ପର୍କରେ ଗଣମାଧ୍ଯମକୁ ଅବଗତ କରାଇଥିଲେ ।

ଖବର ଜଣାପଡିବା ପରେ ବାଁସଡ୍ରୋନି ଥାନା ଅଧିକାରୀ ଘଟଣାର ଅନୁଧ୍ୟାନ କରିଥିଲେ । ଏହାପରେ ସରୋଜଙ୍କୁ ଭେଟେରିୟାନ ଅଞ୍ଜନ ବେହେରାଙ୍କ ସହଯୋଗରେ ହୋପ୍‌ ଫାଉଣ୍ଡେସନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ତାଙ୍କ ପତ୍ନୀ ।

KNews Bureau

Recent Posts

ରଥଯାତ୍ରାକୁ ନେଇ ନୂଆ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସମୀକ୍ଷା ବୈଠକ

ରଥଯାତ୍ରାକୁ ନେଇ ନୂଆ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସମୀକ୍ଷା ବୈଠକ। ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ…

7 mins ago

ସରପଞ୍ଚ ହେବା ପୂର୍ବରୁ ମୂଲ ଲାଗୁଥିଲେ, ଆଉ ଏବେବି ଶ୍ରମିକମାନଙ୍କ ସହ ମିଶି କରୁଛନ୍ତି ସେହି କାମ

ନୂଆପଡା(କେନ୍ୟୁଜ): ସାଧାରଣତଃ ନିର୍ବାଚନରେ ବିଜୟୀ ହେବା ପରେ ପ୍ରାୟତଃ ଜନପ୍ରତିନିଧିମାନେ ପ୍ରଚୁର ଅର୍ଥ ଉପାର୍ଜନ କରି ଗାଡି ଓ ବଙ୍ଗଳା…

20 mins ago

ଦୀର୍ଘ ସମୟ ହେଲା ନାଳରେ ଫସି ରହିଛନ୍ତି ୩ ହାତୀ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ନରସିଂହପୁର: ବିପଦରେ ଗଜରାଜ । ତାଙ୍କୁ ଦେଖିବା ପାଇଁ ଲୋକଙ୍କର ନାହିଁ ନଥିବା ଭିଡ଼ । କିଏ ହୋ ହୋ…

59 mins ago

ଜମି ଜମା ବିବାଦକୁ ନେଇ ଖଣ୍ଡାରେ ହାଣିଲା ବଡ଼ ଭାଇ, ଘଟଣାସ୍ଥଳରେ ସାନ ଭାଇର ମୃତ୍ୟୁ

ମୟୁରଭଞ୍ଜ : ଜମି ଜମା ବିବାଦକୁ ନେଇ କରୁଣ ପରିଣିତି । ସାନ ଭାଇକୁ ଖଣ୍ଡାରେ ହାଣିଲା ବଡ଼ ଭାଇ…

1 hour ago

ପାଟନା: ୧୭ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ଗଙ୍ଗା ନଦୀରେ ଓଲଟିଲା, ୬ ନିଖୋଜ; ଚାଲିଛି ରେସ୍‌କ୍ୟୁ ଅପରେସନ

ବିହାରରେ ବଡ଼ ଧରଣର ନୌକା ଦୁର୍ଘଟଣା । ପାଟନାର ବାଢ଼ରେ ଉମାନାଥ ଘାଟରେ ଏକ ଯାତ୍ରୀବାହୀ ଡଙ୍ଗା ଗଙ୍ଗା ନଦୀରେ…

1 hour ago

ହାତୀ ଆକ୍ରମଣରେ ମହିଳା ଗୁରୁତର, ମେଡିକାଲରେ ଭର୍ତ୍ତି

କାମାକ୍ଷାନଗର : ହାତୀ ଆକ୍ରମଣରେ ମହିଳା ଗୁରୁତର । ଗୁରୁତର ମହିଳା ହେଲେ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଗ୍ରାମର…

2 hours ago