କୋଲକାତାରେ ଲକ୍‌ଡାଉନ ଯୋଗୁ ମାନସିକ ଭାରସାମ୍ୟ ହରାଇଲେ ଓଡ଼ିଆ ଇଞ୍ଜିନିୟର, ଓଡିଶା ଫେରିବାକୁ କରୁଛନ୍ତି ଜିଦ୍

କୋଲକାତା: ଲକ୍‌ଡାଉନ ଯୋଗୁ ମାନସିକ ଭାରସାମ୍ୟ ହରାଇଛନ୍ତି କୋଲକାତା ମ୍ୟାକ୍‌ନାଲି ଭାରତ ଇଞ୍ଜିନିୟରିଂର ବରିିଷ୍ଠ ଅଧିକାରୀ ସରୋଜ ମଙ୍ଗରାଜ । କୋଲକାତାରେ ରହୁଥିବା ଆଠଗଡ଼ର ଏହି ଓଡ଼ିଆ ଇଞ୍ଜନିୟରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘରକୁ ଯିବାକୁ ଜିଦ୍‌ ଧରି ବସିଛନ୍ତି ସେ ।

ଏକମାସ ପୂର୍ବରୁ ତାଙ୍କ ପତ୍ନୀ ଓଡ଼ିଶା ଆସିଥିଲେ । ଲକ ଡାଉନ ଯୋଗୁ ଆଉ ଫେରି ପାରିନାହାନ୍ତି । ୧୨ ତାରିଖ ଦିନ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ ଜଣାଇଥିଲେ ସରୋଜଙ୍କ ପରିବାର । ପରେ ବିଧାୟକ ଏସମ୍ପର୍କରେ ଗଣମାଧ୍ଯମକୁ ଅବଗତ କରାଇଥିଲେ ।

kolkataଖବର ଜଣାପଡିବା ପରେ ବାଁସଡ୍ରୋନି ଥାନା ଅଧିକାରୀ ଘଟଣାର ଅନୁଧ୍ୟାନ କରିଥିଲେ । ଏହାପରେ ସରୋଜଙ୍କୁ ଭେଟେରିୟାନ ଅଞ୍ଜନ ବେହେରାଙ୍କ ସହଯୋଗରେ ହୋପ୍‌ ଫାଉଣ୍ଡେସନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ତାଙ୍କ ପତ୍ନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.