Below header

ଆଶ୍ଚର୍ଯ୍ୟ ହେଲେ ବି ସତ ! ଦୀର୍ଘ ୨୬ ବର୍ଷର ବ୍ୟବଧାନ ପରେ ବ୍ୟକ୍ତିଙ୍କ ମୁଣ୍ଡରୁ କଢାଗଲା ଛୁରୀ

ବର୍ତ୍ତମାନ ସମୟରେ ଚୀନ କରୋନା ଭାଇରସ କାରଣରୁ ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରି ସାରିଲାଣି । ଏହି ଦେଶର ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ ପୁରା ବିଶ୍ୱରେ ହଇଚଇ ସୃଷ୍ଟି କରିସାରିଲେଣି । ଏହି ଭିତରେ ଚୀନର ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏଠାକାର କେସୋ ଦେଙ୍ଗ ଅଂଚଳର ଏକ ବ୍ୟକ୍ତିଙ୍କ ମୁଣ୍ଡରୁ ଦୀର୍ଘ ୨୬ ବର୍ଷ ପରେ ଏକ ଛୁରୀ କଢ଼ାଯାଇଛି | ଏକ ସମ୍ବାଦ ସରବରାହ ସଂସ୍ଥାର ଖବର ଅନୁଯାୟୀ, ଛୁରୀ କାଢ଼ ଯାଇଥିବା ବ୍ୟକ୍ତିଙ୍କ ନାମ ହେଉଛି ଡୁୟୋରିଜି । ତାଙ୍କର ବର୍ତ୍ତମାନ ବୟସ ୭୬ ବର୍ଷ । ସେ ପେଶାରେ ଜଣେ ଚାଷୀ ।

chinese man

୧୯୯୦ ମସିହାରେ ଜଣେ ବ୍ୟକ୍ତି ଡୁୟୋରିଜିଙ୍କ ଉପରେ ଏକ ଛୁରୀରେ ଆକ୍ରମଣ କରିଥିଲେ | ସେବେଠାରୁ ହିଁ ଛୁରୀଟି ସେମିତି ତାଙ୍କ ମୁଣ୍ଡରେ ଥିଲା । ତାକୁ ବାହାର କରିବାକୁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ତାକୁ ବାହାର କରିବା ସମ୍ଭବ ହୋଇପାରି ନଥିଲା । ସବୁ ଚେଷ୍ଟା ବିଫଳ ହୋଇଥିଲା । ଏହି କିଛି ଦିନ ତଳେ ତାଙ୍କର ପୁଣି ଥରେ ଅପରେସନ କରାଯାଇ ୪ ଇଞ୍ଚ ଲମ୍ବର ଛୁରୀ ଟିକୁ କଢ଼ା ଯାଇଥିଲା । ଏହି ଅପରେସନ ଦୁଇ ଘଣ୍ଟା ଧରି ଚାଲିଥିଲା । ଡାକ୍ତରଙ୍କ ଅନୁଯାୟୀ ଏହି ଅପରେସନଟି ଦୁଇ ପର୍ଯ୍ୟାୟରେ କରାଯାଇଥିଲା । ପ୍ରଥମ ଅପରେସନ ଏପ୍ରିଲ ୨ ତାରିଖରେ ହୋଇଥିବା ବେଳେ ଦ୍ଵିତୀୟଟି ୮ ତାରିଖରେ ହୋଇଥିଲା ।

ଖୋଦ ଡାକ୍ତର ବି ଏପରି ଘଟଣାକୁ ଆଶ୍ଚର୍ଯ୍ୟ ବୋଲି କହିବା ସହ ବାହାର କରାଯାଇଥିବା ଛୁରୀ ଟିର ଏକ୍ସରେ ଫଟୋକୁ ବିଭିନ୍ନ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଚୀନ ସ୍ଥିତ ସୋଡଙ୍ଗ କ୍ଵନ୍ଫୋସନ ହସ୍ପିଟାଲରେ ହିଁ ଏହି ଅପରେସନ କରାଯାଇଥିବା ବେଳେ ସେଠାକାର ବରିଷ୍ଠ ନ୍ୟୁରସର୍ଜନଙ୍କ ଅନୁଯାୟୀ , ଦୁୟରିଜିଙ୍କୁ ଏହି ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ଅପରେସନ ହିଁ ଏକମାତ୍ର ଉପାୟ ଥିଲା । ଏହା ପୂର୍ବରୁ ୨୦୧୨ ମସିହାରେ ଦୁୟରିଜି ଥରେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.