Below header

ଅସମ୍ଭାଳ ତାତି: ଭୁବନେଶ୍ୱର ଓ ବଲାଙ୍ଗିରରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ, ୪୧ ଡିଗ୍ରୀ ଉପରେ ୪ଟି ସହର

ଭୁବନେଶ୍ବର: ଅସମ୍ଭାଳ ହେଲାଣି ତାତି। ଜଳୁଛି ଅଧା ରାଜ୍ୟ। ୪୧ ଡିଗ୍ରୀ ଉପରେ ୪ଟି ସହରରେ ତାପମାତ୍ରା ରହିଛି। ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛନ୍ତି ଲୋକେ। ଏକ ସପ୍ତାହ ଧରି ରାଜ୍ୟରେ ଏଭଳି ତାପମାତ୍ରା ରହିବ। ୧୯ ତାରିଖ ପରେ ଖରା ଆହୁରି ବଢିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ରାଜ୍ୟରେ ତାପମାତ୍ରା ବୃଦ୍ଧିକୁ ଦେଖି ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ଏସ୍‌ଆର୍‌ସି। ଭୁବନେଶ୍ୱର ଓ ବଲାଙ୍ଗିରରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.