ଇଣ୍ଟରନେଟରେ ଧମାଲ କରୁଛି କୁନି ମେସିଙ୍କ ରୋନାଲ୍ଡୋ ସର୍ଟ, ଦେଖନ୍ତୁ ଭିଡ଼ିଓ

କରୋନା ଭାଇରସ ପାଇଁ ବିଶ୍ୱରେ ୧୮ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେବା ସହ ୧ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି। ଏହିସବୁ ମଧ୍ୟରେ ୟୁରୋପର ମୁଖ୍ୟ ଦେଶରେ ଖେଳ ପ୍ରତିଯୋଗିତା ରଦ୍ଦ କରାଯାଇଛି। ଏହିସବୁ ମଧ୍ୟରେ ବାର୍ଷିଲୋନା ଇନଷ୍ଟାଗ୍ରାମରେ ଲିୟୋନଲ ମେସିଙ୍କ ଜଣେ ଫ୍ୟାନଙ୍କ ଭିଡ଼ିଓ ସେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 

View this post on Instagram

 

😲🙌😍👏😱 🎥: @arat.gym 💙❤️ #CulersAtHome

A post shared by FC Barcelona (from 🏠) (@fcbarcelona) on


ସୂଚନା ମୁତାବକ ଗତ ୧୩ ଏପ୍ରିଲରେ ବାର୍ଷିଲୋନା ଏକ ଭିଡ଼ିଓ ସେୟାର କରିଛନ୍ତି, ଏଥିରେ ଟିମର ଜଣେ ଛୋଟ ଫ୍ୟାନ ରହିଛନ୍ତି। ଏହି ଭିଡ଼ିଓର ଆରମ୍ଭରେ ଛୋଟ ପିଲାଟି ପ୍ରଥମେ ସମସ୍ତଙ୍କୁ I LOVE YOU କହିଛନ୍ତି। ଏହାପରେ ସେ ନିଜର କଲା ପଦର୍ଶନ କରିଛନ୍ତି। ଛୋଟ ପିଲାଟି ଏକ ପେଶାଦାର ଫୁଟବଲରଙ୍କ ଭଳି ବଲକୁ ନିଜ ପାଦରେ ମାରୁଛନ୍ତି। ପିଲାଟି ବଲ ସହ ଖେଳୁ ଖେଳୁ ହଠାତ ପବନରେ ଉଠିବା ଭଳି ପଛପଟୁ ସଟ ମାରିଛନ୍ତି। ଏହାପରେ ବଲଟି ସିଧାଯାଇ ଗୋଲପୋଷ୍ଟରେ ପଡିଥିଲା। ଏହି ସଟକୁ ‘ବାଇସାଇକିଲ କିକ’ କୁହାଯାଇଥାଏ।

ବାର୍ଷିଲୋନାଙ୍କ ଦ୍ଵାରା ପୋଷ୍ଟ କରାଯାଇଥିବା ଏହି ଭିଡ଼ିଓକୁ ବର୍ତ୍ତମାନ ୩ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.