କୋରୋନା ସମୟରେ ସଫେଇ କର୍ମଚାରୀଙ୍କ ମନୋବଳ ବଢ଼ାଇବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ଉଦ୍ୟମ: ହ୍ୟାଣ୍ଡୱାସ, ମାସ୍କ ସହ ବଣ୍ଟାଗଲା ଖାଦ୍ୟ ପୁଡିଆ

ଯାଜପୁର ଟାଉନ: କୋରୋନା ସମୟରେ ପୌରପାଳିକା ସଫେଇ କର୍ମଚାରୀ ସେମାନଙ୍କ କାମ ଜାରି ରଖିଛନ୍ତି । ସେମାନଙ୍କ ମନୋବଳ ବଢ଼ାଇବା ପାଇଁ ଯାଜପୁର ଜିଲ୍ଲାପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ଯାଜପୁର ପୌରପାଳିକାର ସମସ୍ତ ସଫେଇ କର୍ମଚାରୀଙ୍କୁ ଭେଟି ହ୍ୟାଣ୍ଡୱାସ, ମାସ୍କ ଓ ଖାଦ୍ୟ ପୁଡିଆ ବଂଟନ କରିଛନ୍ତି ।

collectorଏଭଳି ସମୟରେ ନିଜ କାମ ଜାରି ରଖିଥିବାରୁ ଜିଲ୍ଲାପାଳ ସଫେଇ କର୍ମଚାରୀ ମାନଙ୍କୁ ବେଶ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଡିଆଡିଏ ପ୍ରକଳ୍ପ ନର୍ଦ୍ଦେଶକ ଇନ୍ଦ୍ରମଣୀ ନାୟକ,ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି,ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତିଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.