Below header

କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହୋଇଥିବା ଯାଜପୁରର ସାନତ୍ରିଲୋଚନପୁର ଏବଂ ସଇପୁର ଗାଁ ଚାରିପଟ ସମ୍ପୂର୍ଣ ସିଲ୍, କରାଯାଉଛି ବିଶୋଧନୀକରଣ

ଯାଜପୁର ଟାଉନ: ଯାଜପୁର ଜିଲ୍ଲା ଜାଫରପୁର ପଂଚାୟଚ ସାନ ତ୍ରିଲୋଚନପୁର ଗାଁରୁ ଦ୍ୱିତୀୟ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିପାଇଁ ସାନତ୍ରିଲୋଚନପୁର ଏବଂ ପାଖ ଗାଁ ସଇପୁର ୩ କୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଏଥିପାଇଁ ଗାଁର ଚାରିପଟେ ସମ୍ପୂର୍ଣ ସିଲ କରାଯାଇଛି । ଗାଁକୁ ୭ ଦିନ ପାଇଁ କଂଟେନମେଂଟ ଜୋନ କରାଯାଇଥିବାରୁ ପ୍ରତିଦିନ ଗାଁକୁ ସାନିଟାଇଜ କରାଯାଉଛି ।

SANITATIONଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୨୧ଜଣଙ୍କ ନମୁନା ସଂଗ୍ରହ କରାଯିବା ସହ ସେମାନଙ୍କୁ କ୍ୱାରେନଟାଇନରେ ରଖାଯାଇଛି ବୋଲି ଯାଜପୁର ଜିଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି । ଏଥିସହ ତହସିଲଦାର ଓ ବିଡିଓଙ୍କ ତତ୍ୱାବଧାନରେ ଦମକଳ ବାହିନି ସହାୟତାରେ କେମିକାଲ ପାଣିରେ ଗାଁକୁ ସାନିଟାଇଜ କରାଯାଉଛି । ଗାଁରେ ପ୍ରତ୍ୟେକ ଘରେ ରାସନ ସାମଗ୍ରୀ ପହଂଚିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.