କରୋନା ହୋଇଥିବା ନେଇ ସନ୍ଦେହ ହେଉଛି କି! ଏହି ନମ୍ବରରେ କଲ କରି ମାଗଣାରେ କରନ୍ତୁ ସ୍ୱାବ୍ ଟେଷ୍ଟ

ଭାରତରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଲକଡାଉନ ପରେ ମଧ୍ୟ ଏହି ସଂଖ୍ୟା କମିବାର ନାଁ ଧରୁନି। ଖାସ୍ କରି ମହାରାଷ୍ଟ୍ରରେ ଏହି ହାର ଉଦବେଗଜନକ ରହିଛି। ମୁମ୍ବାଇରେ ବଢ଼ୁଥିବା କରୋନା ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ଅନ୍ୟ ସଂକ୍ରମିତଙ୍କୁ ଚିହ୍ନଟ କରି ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

covid-19

ଏଥିପାଇଁ ମୁମ୍ବାଇ MCGM ଓ SLR Diagnostic “ଡ୍ରାଇଭ ଇନ SWAB ଟେଷ୍ଟ” ଆରମ୍ଭ କରିଛନ୍ତି। ଏଥିପାଇଁ ୧୮୦୦ ୨୨୨ ୦୦୦ ଟୋଲଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି। ପ୍ରତିଦିନ ୨୫୦ ଜଣଙ୍କ ସ୍ୱାବ ଟେଷ୍ଟ କରିବା ଏହି ସଂସ୍ଥାର ଲକ୍ଷ୍ୟ ରହିଛି।

SRL Diagnostics launches drive-through Covid-19 testing centres in ...

ଯଦି ଆପଣଙ୍କୁ ଥଣ୍ଡା, କାଶ, ଜ୍ୱର ଭଳି ଅନୁଭବ ହେଉଛି ତେବେ ଆପଣ ଏହି ଟେଷ୍ଟ କରାଇପାରିବେ। ଡାକ୍ତରଙ୍କ ପରାମର୍ଶ ପରେ ୧୮୦୦ ୨୨୨ ୦୦୦ ଏହି ନମ୍ବରକୁ କଲ କରିବେ। ସେମାନେ ଆପଣଙ୍କୁ ଯେଉଁ ଠିକଣା ଦେବେ ଆପଣଙ୍କୁ ସେଠାକୁ ଯିବାକୁ ପଡ଼ିବ। କିନ୍ତୁ ଧ୍ୟାନ ରଖିବେ ଆପଣ ସେଠି ଯେମିତି ଗାଡ଼ିରୁ ନ ଓହ୍ଲାନ୍ତି। ସେଠାରେ ପହଞ୍ଚିବା ପରେ ଆପଣଙ୍କ ନିକଟକୁ PPE ସୁଟ ପିନ୍ଧା ଜଣେ ଡାକ୍ତର ଆସିବେ ଓ ନାକ ଓ ତଣ୍ଟିରୁ ସ୍ୱାବ ନେବେ। ଏହା ଆପଣ ଫେରି ଆସିବେ। ଏହି ସ୍ୱାବକୁ ଲ୍ୟାବକୁ ପଠାଇ ଦିଆଯିବ। ୨୪ ଘଣ୍ଟା ପରେ ରିପୋର୍ଟ ଆସିବା ପରେ ଜଣାପଡ଼ିବ ଆପଣଙ୍କ ରିପୋର୍ଟ ପଜିଟିଭ ଆସିଛି କି ନେଗେଟିଭ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.