କରୋନା ଭାଇରସ

କେଉଁଠି ଅଛନ୍ତି ଓଡ଼ିଶା ଆସିଥିବା ୨ ହଜାର ୮୫୬ ଜଣ ବିଦେଶ ଫେରନ୍ତା? ତୁରନ୍ତ ସେମାନଙ୍କୁ ଖୋଜିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର: କେଉଁଠି ଅଛନ୍ତି ଓଡ଼ିଶା ଆସିଥିବା ୨ ହଜାର ୮୫୬ ଜଣ ବିଦେଶ ଫେରନ୍ତା? ଗତ ୧୪ ଦିନ ଭିତରେ ଏମାନେ ବାହାରୁ ଆସିଛନ୍ତି । ଗଞ୍ଜାମ ଜିଲ୍ଲାକୁ ଆସିଛନ୍ତି ସର୍ବାଧିକ ୬୫୦ ଜଣ ବିଦେଶ ଫେରନ୍ତା । ଖୋର୍ଦ୍ଧାକୁ ୪୫୦ ଓ ଭୁବନେଶ୍ୱରକୁ ଆସିଛନ୍ତି ୪୦୦ ଜଣ । ସେହିପରି କଟକକୁ ଆସିଛନ୍ତି ୩୫୦ ଜଣ । ଏମାନେ ନା ପ୍ରଶାସନକୁ ଜଣାଇଛନ୍ତି ନା ୧୦୪ ନମ୍ବରକୁ ଫୋନ୍‌ କରିଛନ୍ତି । ଏମାନେ ରାଜ୍ୟକୁ ଫେରିଥିବା ଜଣାପଡ଼ିବା ପରେ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତା ବଢିଯାଇଛି ।

ତୁରନ୍ତ ସେମାନଙ୍କୁ ଖୋଜିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କରୋନ ଭୂତାଣୁ ସଂକ୍ରମଣ ରୋକିବା ପାଇଁ ବିଦେଶ କିମ୍ବା ରାଜ୍ୟ ବାହାରୁ ଯିଏ ଆସିଲେ ବି ତାଙ୍କୁ କ୍ୱାରାଣ୍ଟାଇନ୍‌ରେ ରହିବା ପାଇଁ କଡା ନିର୍ଦ୍ଦେଶ ରହିଛି । ଆଉ ଏଭଳି ସ୍ଥିତିରେ ୨ ହଜାର ୮୫୬ ଜଣଙ୍କ ପତ୍ତା ନମିଳିବା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।

KNews Bureau

Recent Posts

ସ୍କୁଲରେ ପାଠ ପଢ଼ାଇବେ ଅବସରପ୍ରାପ୍ତ ଅତିଥି ଶିକ୍ଷକ

ଭୁବନେଶ୍ୱର: ଅବସରପ୍ରାପ୍ତ ଅତିଥି ଶିକ୍ଷକ ପାଠ ପଢ଼ାଇବେ। ସେମାନଙ୍କ ସହ ଏଗ୍ରିମେଣ୍ଟ ହେବ, ଅଧିକ ଆଲୋଚନା ହୋଇ ନିଯୁକ୍ତି ଦିଆଯିବ।…

38 seconds ago

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

16 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

32 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

45 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

54 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

58 mins ago