କେଉଁଠି ଅଛନ୍ତି ଓଡ଼ିଶା ଆସିଥିବା ୨ ହଜାର ୮୫୬ ଜଣ ବିଦେଶ ଫେରନ୍ତା? ତୁରନ୍ତ ସେମାନଙ୍କୁ ଖୋଜିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର: କେଉଁଠି ଅଛନ୍ତି ଓଡ଼ିଶା ଆସିଥିବା ୨ ହଜାର ୮୫୬ ଜଣ ବିଦେଶ ଫେରନ୍ତା? ଗତ ୧୪ ଦିନ ଭିତରେ ଏମାନେ ବାହାରୁ ଆସିଛନ୍ତି । ଗଞ୍ଜାମ ଜିଲ୍ଲାକୁ ଆସିଛନ୍ତି ସର୍ବାଧିକ ୬୫୦ ଜଣ ବିଦେଶ ଫେରନ୍ତା । ଖୋର୍ଦ୍ଧାକୁ ୪୫୦ ଓ ଭୁବନେଶ୍ୱରକୁ ଆସିଛନ୍ତି ୪୦୦ ଜଣ । ସେହିପରି କଟକକୁ ଆସିଛନ୍ତି ୩୫୦ ଜଣ । ଏମାନେ ନା ପ୍ରଶାସନକୁ ଜଣାଇଛନ୍ତି ନା ୧୦୪ ନମ୍ବରକୁ ଫୋନ୍‌ କରିଛନ୍ତି । ଏମାନେ ରାଜ୍ୟକୁ ଫେରିଥିବା ଜଣାପଡ଼ିବା ପରେ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତା ବଢିଯାଇଛି ।

flightତୁରନ୍ତ ସେମାନଙ୍କୁ ଖୋଜିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କରୋନ ଭୂତାଣୁ ସଂକ୍ରମଣ ରୋକିବା ପାଇଁ ବିଦେଶ କିମ୍ବା ରାଜ୍ୟ ବାହାରୁ ଯିଏ ଆସିଲେ ବି ତାଙ୍କୁ କ୍ୱାରାଣ୍ଟାଇନ୍‌ରେ ରହିବା ପାଇଁ କଡା ନିର୍ଦ୍ଦେଶ ରହିଛି । ଆଉ ଏଭଳି ସ୍ଥିତିରେ ୨ ହଜାର ୮୫୬ ଜଣଙ୍କ ପତ୍ତା ନମିଳିବା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.