Below header

କରୋନା ପାଇଁ ବଦଳିଗଲା ହ୍ୱାଟ୍ସଆପରେ ଷ୍ଟାଟସ୍ ଦେବାର ତରିକା, ଜାଣନ୍ତୁ କାହିଁକି..

ଭାରତରେ ବ୍ୟବହାର କରାଯାଉଥିବା ସବୁଠାରୁ ଲୋକପ୍ରିୟ ଫିଚର ମଧ୍ୟରେ ଗୋଟିଏ ହେଉଛି ହ୍ୱାଟ୍ସଆପ ଷ୍ଟାଟସ୍ ଫିଚର । କୋଟି କୋଟି ୟୁଜରଙ୍କର ମନପସନ୍ଦର ଫିଚର ହ୍ୱାଟ୍ସଆପ ଷ୍ଟାଟସରେ ବର୍ତ୍ତମାନ୍ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଛି । ହ୍ୱାଟ୍ସଆପ ୟୁଜରମାନେ ବର୍ତ୍ତମାନ୍ ଏଠାରେ ୩୦ ସେକେଣ୍ଡର ଭିଡିଓ ବଦଳରେ ୧୫ ସେକେଣ୍ଡର ଭିଡିଓ ଲଗାଇ ପାରିବେ । ରିପୋର୍ଟ ମୁତାବକ ପୂର୍ବରୁ ହ୍ୱାଟ୍ସଆପ ଷ୍ଟାଟସରେ ୩୦ ସେକେଣ୍ଡର ଭିଡିଓ ଦିଆଯାଇ ପାରୁଥିଲା । ତେବେ ଇଣ୍ଟରନେଟ୍ ସର୍ଭରର ଭାର କମ କରିବା ପାଇଁ ହ୍ୱାଟ୍ସଆପର ଏଭଳି ଏକ ପଦକ୍ଷେପ ନେଇଛି ।

Explainer: What is WhatsApp? -

ସୂଚନା ଅନୁଯାୟୀ ସାରା ଦେଶ ଲକ୍ ଡାଉନ୍ ହେବା କାରଣରୁ ବର୍ତ୍ତମାନ୍ ଇଣ୍ଟରନେଟର ବ୍ୟବହାର ବଢିଯାଇଛି ଏବଂ ଅଧିକ ଡାଟାର ବ୍ଯବହାର କରାଯାଉଛି । WABetainfo ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସର୍ଭର ଇନ୍ଫ୍ରାଷ୍ଟ୍ରକ୍ଚରରେ ଟ୍ରାଫିକ୍ କମ୍ କରିବା ପାଇଁ ବର୍ତ୍ତମାନ୍ ହ୍ୱାଟ୍ସଆପ ଷ୍ଟାଟସରେ ୩୦ ସେକେଣ୍ଡ ବଦଳରେ ୧୫ ସେକେଣ୍ଡର ଭିଡିଓ ଦିଆଯାଇପରିବ ବୋଲି ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁଯାୟୀ ଭାରତୀୟ ୟୁଜର୍ସ ମାନେ ବାକିସବୁ ଫିଚର ବ୍ୟତୀତ ଫେସବୁକ କମ୍ପାନୀ ହ୍ୱାଟ୍ସଆପ ଷ୍ଟାଟସ୍ ଫିଚରର ବ୍ୟବହାର ଅଧିକ କରିଥାନ୍ତି । ଭାରତରେ ହ୍ୱାଟ୍ସଆପର ପ୍ରାୟ ୪୦୦ ମିଲିୟନରୁ ଅଧିକ ଆକ୍ଟିଭ ୟୁଜର ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.