କରୋନା ବିରୋଧୀ ଲଢେଇରେ ଏପରି ନିଜ ସାହାଯ୍ୟର ହାତ ବଢ଼ାଇଲେ ଏହି ବଲିଉଡ ଅଭିନେତା, ଦେଶର ବିଭିନ୍ନ ପ୍ରାନ୍ତରୁ ଛୁଟୁଛି ପ୍ରଶଂସାର ସୁଅ

କରୋନା ଭୟରେ ଦେଶ ଏବେ ଏକ ପ୍ରକାର ଖରାପ ପରିସ୍ଥିତି ଦେଇ ଗତି କରୁଛି । ଏହି ସ୍ଥିତିରେ ଅନେକ ସ୍ଵେଛା ସେବି ସଂଗଠନ ସମେତ ବ୍ୟକ୍ତିଗତ ଭାବେ ବି ଲୋକେ ସାହାଯ୍ୟର ହାତ ବଢାଉଛନ୍ତି । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟି ମାନେ ଏନେଇ ଆଗେଇ ଆସିଲେଣି । କପିଳ ଶର୍ମା , ଅକ୍ଷୟ କୁମାର,ସଲମାନ ଖାଁ,ହ୍ୱିତ୍ରିକ ରୋଶନଙ୍କ, ବରୁଣ ଧାୱନ ପରି ଅଭିନେତା ମାନେ ସାହାଯ୍ୟର ଘୋଷଣା କରିସାରିଲେଣି । ଏବେ ଏହି ଲିଷ୍ଟରେ ଅଭିନେତା ରାଜ କୁମାର ରାଓଙ୍କ ନାମ ବି ଯୋଡି ହୋଇଛି । ଅଭିନେତା ରାଜ କୁମାର ଏବାବଦରେ ନିଜ ସୋସିଆଲ ସାଇଟରେ ହିଁ ଉଲ୍ଲେଖ କରିଛନ୍ତି ।

raj kumar

ସେ ଏହା ମଧ୍ୟ ଲେଖିଛନ୍ତିକି “ଏପରି ଏକ ଦୁଃସ୍ଥିତିରେ ଆମେ ସମସ୍ତେ ପ୍ରଶାସନ ସହ ଛିଡା ହେବା ଉଚିତ । ମୁଁ ନିଜ ତରଫରୁ ସାଧ୍ୟ ମତେ କିଛିଟା ସାହାଯ୍ୟ କରିଛି । ପିଏମ ରିଲିଫ ଫଣ୍ଡ,ସିଏମ ରିଲିଫ ଫଣ୍ଡ, ସହ ଜମାଟୋ ଫଣ୍ଡକୁ ଜରୁରୀ ଥିବା ଲୋକଙ୍କୁ କିଛିଟା ସାହାଯ୍ୟ କରିବାକୁ ଚେଷ୍ଟା କରିଛି । ଆପଣ ବି କିଛି ଯୋଗ ଦାନ ଦିଅନ୍ତୁ । ଏସମୟରେ ଆମ ଦେଶକୁ ଆମର ସାହାଯ୍ୟ ଦରକାର । ଜୟ ହିନ୍ଦ” ।

ଅଭିନେତା ଜଣଙ୍କର ଏପରି କାମ ପରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ବିଶେଷ କଥା ହେଉଛି ସେ ପ୍ରକୃତରେ କେତେ ଅର୍ଥ ଦାନ ଦେଇଛନ୍ତି ସେବାବଦରେ କୌଣସି ଠାରେ ବି ଉଲ୍ଲେଖ କରିନାହାନ୍ତି । ଲୋକଙ୍କୁ ତାଙ୍କର ଏହି ଅନ୍ଦାଜ ଟି ବିଶେଷ ପସନ୍ଦ ଆସିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.