କରୋନା ଭାଇରସ

କ୍ୱାରେଣ୍ଟାଇନ୍ ଅବଧି ବଢ଼ିଲା ୨୮ ଦିନକୁ, ପ୍ରେସ୍ ମିଟ୍‌ରେ ସୂଚନା ଦେଲେ ସୁବ୍ରତ ବାଗଚୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆମ ରାଜ୍ୟ ଅନେକ ବାତ୍ୟାର ସାମନା କରିଛି । କରୋନା ଓଡ଼ିଶାରେ ଏପର‌୍ୟ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ପହଞ୍ଚି ନାହିଁ । ଆଗାମୀ ଜୁନ୍ କିମ୍ବା ଜୁଲାଇରେ ଏଠାରେ କରୋନା ଲ୍ୟାଣ୍ଡଫଲ୍ କରିବ ବୋଲି ଅପରାହ୍ନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ଏହା ସହିତ କ୍ୱାରେଣ୍ଟାଇନ୍‌କୁ ନେଇ ସେ ନୂଆ ନିୟମ ସମ୍ପର୍କରେ ସୂଚନା ଦେଇଛନ୍ତି । ବାଗଚୀ କହିଛନ୍ତି କି ଏବେ ଠାରୁ କ୍ୱାରେଣ୍ଟାଇନ୍ ଅବଧି ମୋଟ୍ ୨୮ ଦିନ ରହିବ । କ୍ୱାରେଣ୍ଟାଇନ୍ ସେଣ୍ଟରରେ୨୧ ଦିନ ଏବଂ ଏହା ପରେ ଆଉ ୭ ଦିନ ନିଜ ଘରେ ଆାଇସୋଲେସନ୍‌ରେ ରହିବ । ଏହିପରି କ୍ୱାରେଣ୍ଟାଇନ୍‌କୁ ମୋଟ୍ ୨୮ ଦିନକୁ ବଢ଼ାଇ ଦିଆଯାଇଛି । ପୂର୍ବରୁ କେବଳ ପଜେଟିଭ୍‌ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ଏହି ୨୮ ଦିନିଆ ନିୟମ ଲାଗୁ କରାଯାଇଥିଲା ।

ସେହିପରି କ୍ୱାରେଣ୍ଟାଇନ୍ ସେଣ୍ଟରରେ ଶୃଙ୍ଖଳା ରକ୍ଷା ପାଇଁ ଏହାର ଆଖପାଖରେ ୧୪୪ ଧାରା ଜାରି କରାଯିବ ବୋଲି ମଧ୍ୟ ଶ୍ରୀ ବାଗଚୀ କହିଛନ୍ତି ।

ତେବେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଜଣେ ଚାହିଁଲେ ରୋଷେଇ ଠାରୁ ଆରମ୍ଭ କରି ବିଭିନ୍ନ ଯୋଗ ପ୍ରାଣାୟାମ ଆଦି କରି ପାରିବେ । ଆଗାମୀ ଦିନରେ ଏଠାକୁ ଟେଲିଭିଜନ୍ ମଧ୍ୟ ଯୋଗାଇ ଦିଆଯିବ । ଏହାକୁ ଏକ ବନ୍ଦୀ ଜୀବନ ନଭାବି ଆରାମରେ ରହିବାକୁ ବାଗଚୀ ପରାମର୍ଶ ଦେଇଛନ୍ତି ।

KNews Bureau

Recent Posts

ଆଜି ପୁଣି କମିଲା ପେଟ୍ରୋଲ ଦର, ବାଇକ ଆରୋହୀଙ୍କୁ ଆଶ୍ବସ୍ତି

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଛି ।…

15 mins ago

ସୁନା କିଣିବାକୁ ଯିବା ପୂର୍ବରୁ ଜାଣନ୍ତୁ ଆଜିର ମୂଲ୍ୟ; ଭୁବନେଶ୍ବରରେ କମିଛି ଦର

ଆଜି ସୁନା ଦର ଟିକେ ହ୍ରାସ ପାଇଛି । ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି…

27 mins ago

ଏଥର ସଅଳ ପହଞ୍ଚିବ ମୌସୁମୀ, ୮ ତାରିଖ ମଧ୍ୟରେ ଛୁଇଁପାରେ ଓଡ଼ିଶା

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଅସହ୍ୟ ତାତି ଜାରି ରହିଛି  । ଦିନରେ ତାତି ରାତିରେ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି …

47 mins ago

ଚୋରା କାଠ ବ୍ୟବସାୟକୁ ନେଇ ପୂର୍ବ ଶତ୍ରୁତା, ଯୁବକଙ୍କୁ ଗୁଳିମାଡ଼

ବାଲେଶ୍ବର (କେନ୍ୟୁଜ); ବାଲେଶ୍ବରରେ ଫୁଟିଲା ଗୁଳି। ବାଲେଶ୍ବର ଶିଳ୍ପାଞ୍ଚଳ ଥାନା ସୁତେଇବଡଗାଁରେ ଗୁଳିକାଣ୍ଡ । ଚୋରା କାଠ ବ୍ୟବସାୟକୁ ନେଇ…

1 hour ago

ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି, ସନ୍ଧ୍ୟା ୭ରୁ ରାତି ୧୦ଟା ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ଦର୍ଶନ

ପୁରୀ (କେନ୍ୟୁଜ): ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି । ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ସାଢେ ୩ ଘଣ୍ଟା…

1 hour ago

ଭାରସାମ୍ୟ ହରାଇ ଘରକୁ ମାଡ଼ିଗଲା ଡମ୍ଫର, ସ୍ବାମ-ସ୍ତ୍ରୀ ମୃତ

ଜଳେଶ୍ୱର (କେନ୍ୟୁଜ): ମାଡିଗଲା ଚିପ୍ସ ବୋଝେଇ ଡମ୍ଫର । ସ୍ବାମ-ସ୍ତ୍ରୀ ମୃତ । ଘର ଭିତରେ ଶୋଇଥିବା ବେଳେ ମାଡିଗଲା…

2 hours ago