କ୍ୱାରେଣ୍ଟାଇନ୍ ଅବଧି ବଢ଼ିଲା ୨୮ ଦିନକୁ, ପ୍ରେସ୍ ମିଟ୍‌ରେ ସୂଚନା ଦେଲେ ସୁବ୍ରତ ବାଗଚୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆମ ରାଜ୍ୟ ଅନେକ ବାତ୍ୟାର ସାମନା କରିଛି । କରୋନା ଓଡ଼ିଶାରେ ଏପର‌୍ୟ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ପହଞ୍ଚି ନାହିଁ । ଆଗାମୀ ଜୁନ୍ କିମ୍ବା ଜୁଲାଇରେ ଏଠାରେ କରୋନା ଲ୍ୟାଣ୍ଡଫଲ୍ କରିବ ବୋଲି ଅପରାହ୍ନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

BAGCHI-2ଏହା ସହିତ କ୍ୱାରେଣ୍ଟାଇନ୍‌କୁ ନେଇ ସେ ନୂଆ ନିୟମ ସମ୍ପର୍କରେ ସୂଚନା ଦେଇଛନ୍ତି । ବାଗଚୀ କହିଛନ୍ତି କି ଏବେ ଠାରୁ କ୍ୱାରେଣ୍ଟାଇନ୍ ଅବଧି ମୋଟ୍ ୨୮ ଦିନ ରହିବ । କ୍ୱାରେଣ୍ଟାଇନ୍ ସେଣ୍ଟରରେ୨୧ ଦିନ ଏବଂ ଏହା ପରେ ଆଉ ୭ ଦିନ ନିଜ ଘରେ ଆାଇସୋଲେସନ୍‌ରେ ରହିବ । ଏହିପରି କ୍ୱାରେଣ୍ଟାଇନ୍‌କୁ ମୋଟ୍ ୨୮ ଦିନକୁ ବଢ଼ାଇ ଦିଆଯାଇଛି । ପୂର୍ବରୁ କେବଳ ପଜେଟିଭ୍‌ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ଏହି ୨୮ ଦିନିଆ ନିୟମ ଲାଗୁ କରାଯାଇଥିଲା ।

ସେହିପରି କ୍ୱାରେଣ୍ଟାଇନ୍ ସେଣ୍ଟରରେ ଶୃଙ୍ଖଳା ରକ୍ଷା ପାଇଁ ଏହାର ଆଖପାଖରେ ୧୪୪ ଧାରା ଜାରି କରାଯିବ ବୋଲି ମଧ୍ୟ ଶ୍ରୀ ବାଗଚୀ କହିଛନ୍ତି ।

ତେବେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଜଣେ ଚାହିଁଲେ ରୋଷେଇ ଠାରୁ ଆରମ୍ଭ କରି ବିଭିନ୍ନ ଯୋଗ ପ୍ରାଣାୟାମ ଆଦି କରି ପାରିବେ । ଆଗାମୀ ଦିନରେ ଏଠାକୁ ଟେଲିଭିଜନ୍ ମଧ୍ୟ ଯୋଗାଇ ଦିଆଯିବ । ଏହାକୁ ଏକ ବନ୍ଦୀ ଜୀବନ ନଭାବି ଆରାମରେ ରହିବାକୁ ବାଗଚୀ ପରାମର୍ଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.