Below header

ଗତକାଲି ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟଙ୍କ ରହିତାଦେଶ, ଓଡିଶା ଆସିପାରିବେ ପ୍ରବାସୀ ଶ୍ରମିକ

କେନ୍ୟୁଜ୍ (ବ୍ୟୁରୋ): ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟଙ୍କ ରହିତାଦେଶ। ଗତକାଲି ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଅଶୋକ ଭୂଷଣ, ଏସକେ କୌଲ ଓ ବିଆର ଗଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଗତକାଲି ପ୍ରବାସୀ ଓଡ଼ିଆଙ୍କ ରାଜ୍ୟରେ ପ୍ରବେଶ ନେଇ ଗୁୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

ପ୍ରବାସୀମାନଙ୍କ ରିଅଲ ଟାଇମ ପଲିମେରେଜ ଚେନ ରିଆକ୍ସନ ବା RT-PCR ଟେଷ୍ଟ କରିବା ଉପରେ କୋର୍ଟ ଜୋର ଦେଇଥିଲେ । ଯିଏ ଯେଉଁ ସ୍ଥାନରେ ଅଛି, ସେହି ସ୍ଥାନରେ ପରୀକ୍ଷା ହେବ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ । ରାଜ୍ୟ ସରକାର ପରୀକ୍ଷା ଖର୍ଚ୍ଚ ବହନ କରିବେ । ଏକ ଜନସ୍ୱାସ୍ଥ୍ୟ ମାମଲାର ଶୁଣାଣୀକରି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ଲକଡାଉନ ଯୋଗୁଁ ବାହାରେ ଫସି ରହିଥିବା ଓଡ଼ିଆମାନେ ଫେରି ଆସୁଥିବା ବେଳେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ଗତକାଲି ଏକ ଜନସ୍ବାର୍ଥ ମାମଲାରେ ଶୁଣାଣି କରି ହାଇକୋର୍ଟ କହିଥିଲେ ପ୍ରଥମେ କୋଭିଡ ପରୀକ୍ଷା, ପରେ ରାଜ୍ୟ ଭିତରେ ପ୍ରବେଶ । ପ୍ରବାସୀ ଓଡ଼ିଆଙ୍କ ରାଜ୍ୟରେ ପ୍ରବେଶ ନେଇ ଗୁୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ପ୍ରବାସୀମାନଙ୍କ ରିଅଲ ଟାଇମ ପଲିମେରେଜ ଚେନ ରିଆକ୍ସନ ବା RT-PCR ଟେଷ୍ଟ କରିବା ଉପରେ କୋର୍ଟ ଜୋର ଦେଇଥିଲେ । ଯିଏ ଯେଉଁ ସ୍ଥାନରେ ଅଛି, ସେହି ସ୍ଥାନରେ ପରୀକ୍ଷା ହେବ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ । ଏଥିପାଇଁ ରାଜ୍ୟ ସରକାର ପରୀକ୍ଷା ଖର୍ଚ୍ଚ ବହନ କରିବେ ।ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

217 Odia migrant workers return from Surat by bus - The Hindu

ସେପଟେ କରୋନା ମୁକାବିଲା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହିତ ଭିଡିଓ କନଫରେନ୍‌ସିଂରେ ରାଜ୍ୟ ସରକାର ଆଲୋଚନା କରିଥିଲେ । ବାହାର ରାଜ୍ୟରୁ ଶ୍ରମିକ ଫେରିବା ପୂର୍ବରୁ ପ୍ରଥମେ ସେଠାରେ ସେମାନଙ୍କ ଟେଷ୍ଟ କରାଯାଉ। ଆଇସିଏମଆର ଗାଇଡଲାଇନରେ କୋହଳ କରି ଟେଷ୍ଟିଂ ଅନୁମତି ପ୍ରଦାନ କ୍ଷମତା ଏମସ ନିର୍ଦ୍ଦେଶକଙ୍କୁ ଦିଆଯାଉ । ଯେଉଁ ପ୍ରବାସୀମାନେ ଫେରିଛନ୍ତି ସେମାନଙ୍କ ଟେଷ୍ଟ ପାଇଁ କେନ୍ଦ୍ର ତୁରନ୍ତ କିଟ୍‌ ଯୋଗାଇ ଦେବାକୁ ଦାବି କରିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ।

migrant train

ଲକଡାଉନ ଯୋଗୁଁ ବାହାରେ ଫସି ରହିଥିବା ଓଡ଼ିଆମାନେ ଫେରି ଆସୁଥିବା ବେଳେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସୁରତ ଫେରନ୍ତା ଏବେ ଚିନ୍ତାର କାରଣ ପାଲଟିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.