ପରଦାକୁ ଆସିପାରେ ଯୋଗୀ ଆଦିତ୍ୟନାଥଙ୍କ ବାୟୋପିକ ! ଏହି ଅଭିନେତା ଯୋଗୀ ଭୂମିକାରେ ଆସିବେ ନଜର

ଭୋଜପୁରୀ ସୁପରଷ୍ଟାର ଦିନେଶ ଲାଲ ଯାଦବ ନିରହୁଆ ଖୁବଶୀଘ୍ର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାୟୋପିକ କରିବାକୁ ଚାହୁଁଛନ୍ତି। ଲକଡାଉନ ସରିବା ପରେ ନିରହୁଆ ଏହି ଫିଲ୍ମ ନିର୍ମାଣ କରିବେ ବୋଲି କହିଛନ୍ତି। ଆଉ ଜାଣିଛନ୍ତି, ଏହି ଫିଲ୍ମରେଯୋଗୀଙ୍କ ଚରିତ୍ରରେ କିଏ ନଜର ଆସିବେ। ଯଦି ନା, ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ ନିରହୁଆ ନିଜେ ଯୋଗୀଙ୍କ ଭୂମିକା ନିର୍ବାହ କରିବାକୁ ଇଚ୍ଛୁକ ରହିଛନ୍ତି। ଏହି ଚରିତ୍ରରେ ନଜର ଆସିବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ।

niruah

ସୂଚନାଯୋଗ୍ୟ, ଲକଡାଉନ ଚାଲିଥିବା ବେଳେ ଅନଲାଇନ ପେଜରେ ଫେସବୁକରେ ଲାଇଭ ସମୟରେ ଫ୍ୟାନଙ୍କ ସହିତ କଥାବାର୍ତ୍ତର୍ା ହେବା ସମୟରେ ଏହି ପ୍ରୋଜେକ୍ଟ ବିଷୟରେ କହିଥିଲେ। ଲକଡାଉନ ସରିବା ପରେ ଏହି ଫିଲ୍ମକୁ ନେଇ କାମ ଆରମ୍ଭ କରିବେ ନିରହୁଆ। ଏହି ଫିଲ୍ମ ପାଇଁ ସଂପୂର୍ଣ୍ଣ ଭାବେ ନିରହୁଆ ପ୍ରସ୍ତୁତ ରହିଛନ୍ତି। ଏହି ଫିଲ୍ମରେ ଅଭିନୟ କରିବା ପାଇଁ ନିରହୁଆ ଲଣ୍ଡା ହେବା ସହିତ କିଭଳି ଯୋଗୀ ନିଜ ଜୀବନରେ ସଂଘର୍ଷ କରିଛନ୍ତି, ତାହା ସଠିକ ଭାବେ କରିବା ପାଇଁ ନିରହୁଆ ପ୍ରସ୍ତୁତ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.