ଲକଡାଉନରେ ଟଙ୍କାର ଆବଶ୍ୟକତା ଅଛି କି ତେବେ SBI ଦେବ ଇନଷ୍ଟାଟ ଲୋନ, ଏମିତି କରନ୍ତୁ ଆପ୍ଲାଏ

ପାଖରେ କେବେ ବି ଅଧିକ ଟଙ୍କା ରହିପାରେନା, ଏହା ଆସେ ଆଉ ଚାଲିଯାଏ। ଆଉ କରୋନା ଲକଡାଉନ ସମୟରେ କେତେବେଳେ ଟଙ୍କାର ଆବଶ୍ୟକ ପଡିବ ତାହା କେହି କହିପାରିବେ ନାହିଁ। ତେବେ ଏଇଠି ଗୋଟେ ପ୍ରଶ୍ନ ଯେ ଯଦି କୌଣସି କାରଣରୁ ଅଚାନକ ମୋଟା ଅଙ୍କର ଟଙ୍କାର ଆବଶ୍ୟକ ପଡେ ତେବେ ଆପଣ କଣ କରିବେ? ଆମେ ଏହି ପ୍ରଶ୍ନ ଏଥିପାଇଁ ପଚାରୁଛୁ କାରଣ ଆପଣଙ୍କର ଏହିଭଳି ସମସ୍ୟାର ସମାଧାନ ଅଛି SBI ପାଖରେ। ଏହି ବ୍ୟାଙ୍କ ନିଜର ଗ୍ରାହକଙ୍କୁ ପର୍ସନାଲ ଦେଉଛି ତାହା ପୁଣି ଘରେ ବସି ମାତ୍ର କିଛି ମିନିଟରେ।

sbiଯଦି ଆପଣଙ୍କ ପାଖରେ SBI ଆକାଉଣ୍ଟ ଅଛି ଏବଂ ଆପଣ ଏସବିଆଇର ଜଣେ ଉପଭୋକ୍ତା ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ଲକଡାଉନ ସମୟରେ ଆପଣ sbi ରୁ ପ୍ରି ଆପ୍ରୁଭଡ଼ ପର୍ସନାଲ ଲୋନର ଅଫର ପାଇପାରିବେ, ତାହା ପୁଣି ବହୁତ ସହଜରେ ନିଜ ଘରେ ବସି। କିନ୍ତୁ ତା ପୂର୍ବରୁ ଆପଣଙ୍କୁ ପ୍ରଥମେ ଜାଣିବାକୁ ହେବ ଯେ ଆପଣ ଏହି ପ୍ରି ଅପ୍ରୁଭଡ ପର୍ସନାଲ ଲୋନ ପାଇବାର ହକଦାର କି ନୁହେଁ।

ତେବେ ପ୍ରି ଅପ୍ରୁଭଡ଼ ପର୍ସନାଲ ଲୋନ ପାଇପାରିବେ ନା ନାହିଁ ତାହା କେବଳ ଆପଣ ଗୋଟିଏ sms ଜରିଆରେ ଜାଣିପାରିବେ। ଏଥିପାଇଁ ପ୍ରଥମେ ଆପଣଙ୍କୁ ନିଜ ରେଜିଷ୍ଟର ମୋବାଇଲ ନମ୍ବରରୁ PAPL ଏବଂ ଆକାଉଣ୍ଟ ନମ୍ବରର ଲାଷ୍ଟ 4 ଡିଜିଟ ଲେଖି 567676କୁ sms କରନ୍ତୁ। ଏହାପରେ ଆପଣ ଜାଣିପାରିବେ ଯେ ଆପଣ ଏହି ଲୋନ ପାଇ ହକଦାର କି ନୁହେଁ।

loanକେମିତି ପାଇବେ ଏହି ଲୋନ?

ଏହାପରେ ଆପଣ YONO ଆପ ଜରିଆରେ କେବଳ ୪ ଟି କ୍ଲିକରେ ହିଁ ଏହି ଲୋନକୁ ପାଇପାରିବେ। ଏହି ଆପରେ ଥିବା Avail Now ଅପ୍ସନ ଉପରେ କ୍ଲିକ କରି ଆପଣଙ୍କୁ ଲୋନର ଅବଧି ଏବଂ ରାଶି ଉପରେ ସିଲେକ୍ଟ କରିବାକୁ ହେବ। ପରିଶେଷରେ ଆପଣ ନିଜ ରେଜିଷ୍ଟର ମୋବାଇଲ ନମ୍ବରକୁ ପଠାଯାଇଥିବା ଓଟିପି ସହିତ ଲୋନର ଆମାଉଣ୍ଟ ଦେବାକୁ ହେବ। ଏହାପରେ ଆପଣ ପଠାଇଥିବା ଆମାଉଣ୍ଟ ଅନୁଯାୟୀ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିଯିବ।

ଲୋନର ଖାସ କଥା

ଏହି ଲୋନର ସବୁଠାରୁ ଖାସ କଥା ହେଉଛି ଏଥିରେ ପ୍ରୋସେସିଂ ଫିସ ବହୁତ କମ ଏବଂ ପ୍ରୋସେସିଂ ମଧ୍ୟ ଇନଷ୍ଟାଣ୍ଟ। ତେବେ ସବୁଠାରୁ ଭଲ କଥା ହେଉଛି ଏହି ଲୋନ ନେବାପାଇଁ ଆପଣଙ୍କୁ ଗୋଟିଏ ବି ଫିଜିକାଲ ଡକ୍ୟୁମେନଟେସନର ଆବଶ୍ୟକତା ପଡିବନାହିଁ। ତାହେଲେ ହେଲା ନା ଆପଣଙ୍କର ପ୍ରୋବ୍ଲେମ ସଲ୍ଭ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.