Below header

ରାଜ୍ୟବାସୀଙ୍କୁ ଏବେ ଅଧିକ ଡରାଇଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଭଦ୍ରକରୁ ପୁଣି ଜଣେ ପଜେଟିଭ

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟବାସୀଙ୍କୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଅଧିକ ଡରାଇବା ଆରମ୍ଭ କଲାଣି । ଗତକାଲି ଗୋଟିଏ ଦିନରେ ୩୪ ଜଣ ପଜେଟିଭ୍ ବାହାରିବା ପରେ ଆଜି ସକାଳୁ ସକାଳୁ ୨୬ ଜଣ ଚିହ୍ନଟ ହୋଇ ହୋଇସାରିଥିଲେ। ଏବେ ଆଉ ଜଣେ ପଜେଟିଭ କେସ୍‌ ସାମ୍ନାକୁ ଆସିଛି। ଏହି ୩୩ ବର୍ଷୀୟ ବ୍ୟକ୍ତି ଜଣକ ଭଦ୍ରକର ବୋଲି ଜଣାପଡିଛି। ସେ ନିକଟରେ ସୁରଟରୁ ଫେରିଥିଲେ। ଏପର୍ଯ୍ୟନ୍ତ ଓଡିଶାରେ ସର୍ବମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୨୪୬ରେ ପହଞ୍ଚିଛି।

cc

ଅବଶ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରବାସୀ ଓଡ଼ିଆଙ୍କୁ କେବଳ ପରୀକ୍ଷା କରାଯିବା ପରେ ଅଣାଯିବ । ଟେଷ୍ଟିଂରେ ନେଗେଟିଭ୍ ଥିବା ଲୋକେ ହିଁ ରାଜ୍ୟକୁ ଫେରି ପାରିବେ । ପଜେଟିଭ୍ ମାନେ ସଂପୃକ୍ତ ରାଜ୍ୟରେ କ୍ୱାରେଣ୍ଟାଇନ୍‌ରେ ରହିବେ । ଏହା ଫଳରେ ଯଦିଓ ରାଜ୍ୟ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟାରେ ଅଧିକ ବୃଦ୍ଧି ନହୋଇ ପାରେ ତେବେ ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟ ସରକାରଙ୍କୁ ବିଭିନ୍ନ ବ୍ୟବସ୍ଥା କରିବାକୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.