Below header

ସ୍ୱପ୍ନ ପୂରଣ କରିବାକୁ ଯାଇ ନିଜର ଗୁପ୍ତାଙ୍ଗ କାଟି ଭୋଳାନାଥଙ୍କ ପାଖରେ ଅର୍ପଣ କଲେ କଏଦୀ, ଆଉ ତା’ ପରେ

ଆପଣମାନେ ଶୋଇଥିବା ସମୟରେ କେବେ ନା କେବେ ସ୍ୱପ୍ନ ନିଶ୍ଚିତ ଭାବେ ଦେଖିଥିବେ। ବେଳେ ବେଳେ ଏପରି ସ୍ୱପ୍ନ ଆମେ ଦେଖିଥାଉ, ଯାହାକୁ ପୂରଣ କରିବା ପାଇଁ ଚାହୁଁ। କିନ୍ତୁ କିଛି ସ୍ୱପ୍ନ ଏପରି ରହିଛି, ଯାହା ଉପରେ ଆମର ନିୟନ୍ତ୍ରଣ ନଥାଏ। କିନ୍ତୁ କେବେ ଆପଣ ଦେଖିଛନ୍ତି କି, ନିଜର ସ୍ୱପ୍ନକୁ ପୂରଣ କରିବା ପାଇଁ ଏପରି କିଛି କରିବସିଛନ୍ତି, ଯାହା ବିଷୟରେ ଆପଣ ଶୁଣିଲେ ମଧ୍ୟ ଚମକି ପଡିବେ। ନିଜର ସ୍ୱପ୍ନକୁ ପୂରଣ କରିବା ପାଇଁ ଜଣେ କଏଦୀ ଗୁପ୍ତାଙ୍ଗକୁ କାଟିଦେଇଛନ୍ତି। ନିଜର ସ୍ୱପ୍ନକୁ ସତ ମାନି ମଧ୍ୟପ୍ରଦେଶର ଗ୍ଵାଲିଅର ସ୍ଥିତ ସେଣ୍ଟ୍ରାଲ ଜେଲରେ ଏପରି କାମ କରିଛନ୍ତି। କଏଦୀ ଜଣକ ନିଜର ପ୍ରାଇଭେଟ ପାର୍ଟକୁ କାଟି ଜେଲ ପରିସରରେ ଥିବା ମନ୍ଦିରରେ ଅର୍ପଣ କରିଛନ୍ତି।

Spoon

ଘଟଣା ମୁତାବକ, ଭିଣ୍ଡ ନିବାସୀ ବିଷ୍ଣୁ ସିଂହ ହତ୍ୟା ଏବଂ ଡକାୟତି ମାମଲାରେ ଗ୍ଵାଲିଅର ସେଣ୍ଟ୍ରାଲ ଜେଲରେ କଏଦୀ ଭାବେ ରହିଛନ୍ତି। ସେଠାରେ ସେ ରହିଥିବା ବେଳେ ଏକ ସ୍ୱପ୍ନ ଦେଖିଥିଲେ। ଯେଉଁଥିପାଇଁ ସେ ନିଜର ପ୍ରାଇଭେଟ ପାର୍ଟକୁ କାଟି ଜେଲ ପ୍ରାଙ୍ଗଣରେ ଥିବା ଶିବ ମନ୍ଦିରରେ ଅର୍ପଣ କରିଛନ୍ତି। ଜେଲ ଭିତରେ ଏକ ଚାମଚ ସାହାଯ୍ୟରେ ନିଜର ପ୍ରାଇଭେଟ ପାର୍ଟକୁ କାଟିବା ପରେ ବେହୋସ ହୋଇଯାଇଥିଲେ।

ପରେ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ହୋସରେ ଆସିବା ପରେ କହିଥିଲେ, ରାତିରେ ଭଗବାନ ଶିବ ତାଙ୍କ ସ୍ୱପ୍ନରେ ଆସିଥିଲେ। ପ୍ରଭୁ ଭୋଳାନାଥ ନିଜର ଗୁପ୍ତାଙ୍ଗ କାଟି ଜେଲ ପରିସରରେ ଥିବା ମନ୍ଦିରରେ ଅର୍ପଣ କରିବା ପାଇଁ କହିଥିଲେ। କିନ୍ତୁ ଏହି ଘଟଣାର ତଦନ୍ତ ଏବେ ପୋଲି କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.