ଓଡିଶାବାସୀଙ୍କ ପାଇଁ ଖୁସି ଖବର, OTDC ଜୋମାଟୋ ଓ ସ୍ୱିଗୀ ମାଧ୍ୟମରେ ଦେବ ସୁଆଦିଆ ଖାଇବା

କେନ୍ୟୁଜ୍ (ବ୍ୟୁରୋ):  ଓଡିଶାବାସୀଙ୍କ ପାଇଁ ଖୁସି ଖବର। ଓଟିଡିସି ଆରମ୍ଭ କରିଛି ନୂଆ ପ୍ରୟାସ, ‘ପସନ୍ଦ ଆପଣଙ୍କର, ରୋଷେଇ ଆମର’। କରୋନା ପାଇଁ ସାରା ରାଜ୍ୟ  ଲକଡାଉନରେ ଥିବା ବେଳେ ପକ୍ଷରୁ ଘରେ ଘରେ ସ୍ୱସ୍ୱାଦୁ ଖାଦ୍ୟ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଅନଲାଇନ ଖାଦ୍ୟ ବଣ୍ଟନ ସଂସ୍ଥା ଜୋମାଟୋ ଓ ସ୍ୱିଗୀରେ ଏହି ଖାଦ୍ୟ ଅର୍ଡର ଉପଲବ୍‌ଧ ହେବ।

ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି। ଏନେଇ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ଅନଲାଇନ ଖାଦ୍ୟ ବଣ୍ଟନ ସଂସ୍ଥା ଜୋମାଟୋର ପରିଚାଳନା ନିର୍ଦ୍ଦେଶକ ହେମକାନ୍ତ ସାଏଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି।

ପାରମ୍ପରିକ ଓଡ଼ିଆ ଖାଦ୍ୟ ସହିତ ସମସ୍ତ ପ୍ରକାର ଆମିଷ ଓ ନିରାମିଷ ଖାଦ୍ୟକୁ ସୁଲଭ ଓ ସଂପୂର୍ଣ୍ଣ ହାଇଜେନିକ ଭାବେ ଅନଲାଇନ ମାଧ୍ୟମରେ ଯୋଗାଇ ଦିଆଯିବ ବୋଲି ଜଣା  ପଡିଛି ।

ଓଟିଡିସି ଚେୟାରମ୍ୟାନ ଶ୍ରୀମୟୀ ମିଶ୍ର କହିଛନ୍ତି ଲୋକଙ୍କ ପାଖରେ ପାରମ୍ପରିକ ଓଡିଆ ଖାଦ୍ୟ  ପହଞ୍ଚାଇବା ପାଇଁ  ଏହି ପ୍ରୟାସ  କରାଯାଇଛି। ରଜ ପର୍ବରେ ଯେପରି  ଓଡିଆର ପାରମ୍ପରିକ ଖଦ୍ୟ ପୋଡ ପିଠାର ଚାହିଦା ରହିଛି ସେହି ଖାଦ୍ୟ ଏବେ ଏହି ଲକ ଡାଉନରେ ଲୋକେ ଘରେ ବସି ପାଇ ପରିବେ। ଏହି ସୁବିଧା ଏବେ ପ୍ରଥମିକ ପର୍ଯ୍ୟାୟରେ ଭୁବନେଶ୍ବର, ପୁରୀ,କଟକ ଓ ରାଉରକେଲାରେ ଏହି  ସେବା  ଜୋମାଟୋ ଓ ସ୍ବୀଗୀ ମାଧ୍ୟମରେ ମିଳିବ। ପରେ ଏହି ସେବାକୂ  ଅନ୍ୟ ସହରକୁ ସଂପ୍ରସାରଣ ସହ ଅନ୍ୟ ଅନଲାଇନ ଫୁଡ ଡେଲିଭରି  ସଂସ୍ଥା ମାନକୁ ଦିଆଯିବ ବୋଲି ଶ୍ରୀମୟୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.