Below header

ଆଖି ଜ୍ୱଳନ ଏବଂ ଫୁଲିବା ସମସ୍ୟାରୁ ମୁକ୍ତି ଦେବ ଏହିସବୁ ଦେଶୀ ଉପାୟ

ବର୍ତ୍ତମାନ ସମଗ୍ର ଦେଶରେ ଲକଡାଉନ ଚାଲିଛି। ଏହି ସମୟରେ ଆପଣମାନେ ଘରେ ବସି ଟିଭି, ମୋବାଇଲ, ଲାପଟପ ଇତ୍ୟାଦି ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି। ଏପରି ବହୁତ ସମୟ ଏହିସବୁ ବୈଦ୍ୟୁତିକ ଉପକରଣ ସାମ୍ନାରେ ବସିବା ଦ୍ୱାରା ଆଖି ପୋଡାଜଳା କିମ୍ବା ଫୁଲିବା ସମସ୍ୟା ଦେଖାଦେଇଥାଏ। ଏଥିପାଇଁ ଆପଣ ସଠିକ ଭାବେ ଶୋଇବା ଦରକାର। ନଚେତ ଏହା ଆପଣଙ୍କ ଚିନ୍ତାର କାରଣ ପାଲଟିଯିବ। ଏପରିସମସ୍ୟାକୁ କେବେ ହେଲେ ମଧ୍ୟ ହାଲକା ଭାବେ ଗ୍ରହଣ କରନ୍ତୁ ନାହିଁ। ଏପରି କିଛି ଦେଶୀ ଉପାୟ ରହିଛି ଯାହା ଆପଣଙ୍କ ଏପରି ସମସ୍ୟାରୁ ମୁକ୍ତି ଦେବ।

– ଯଦି ଆପଣ ସକାଳୁ ଉଠିବା ପରେ ଆପଣଙ୍କ ଆଖି ଫୁଲିଥାଏ, ତେବେ ତୁରନ୍ତ ଆଖିକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ଆପଣଙ୍କୁ ସତେଜ ଲାଗିବ।

mobile

– ଏମିତି ସମସ୍ୟାରୁ ଆଲୋଭେରା ଜେଲ ଜଲଦି ଛୁଟକାରା ଦେବ। ଏଥିପାଇଁ ଏହାକୁ ଫ୍ରିଜରେ କିଛି ସମୟ ରଖି ଆଖି ତଳେ ରଖିଦିଅନ୍ତୁ।

– ୧ ଚାମଚକୁ ଫ୍ରିଜରେ ଅଧଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ। ଏବେ ଏହାକୁ ଆଣି ଆଖିରେ ଲଗାନ୍ତୁ। ଏପରି କରିବା ଦ୍ୱାରା ଫୁଲା ଆଖି ଏବଂ ଡାର୍କ ସର୍କଲରୁ ମୁକ୍ତି ମିଳିବ।

eye 1

– ପାଣିରେ ଗ୍ରୀନ ଟିକୁ ସିଝାଇ ଫ୍ରିଜରେ ଥଣ୍ଡା କରିଦିଅନ୍ତୁ। ଏହାକୁ ଆଖି ପାଖରେ ମସାଜ କରନ୍ତୁ। ଏହି ସମସ୍ୟାରୁ ମୁକ୍ତି ମିଳିବ।

– ଆଖି ଫୁଲିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ କାକୁଡି କାଟି ଆଖିରେ ଲଗାନ୍ତୁ। ଏପରି କଲେ ଆଖି ଥଣ୍ଡା ଲାଗିବା ସହିତ ଥକ୍କାପଣ ମଧ୍ୟ ଦୂର ହୋଇଯିବ।

kakudi

– ଯଦି ଆଖିରୁ ପାଣି ବାହାରୁଥାଏ, ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅଳ୍ପ ଥଣ୍ଡା ପାଣିରେ ଗୋଲାପ ଜଳ ମିଶାଇ ଆଖି ଧୁଅନ୍ତୁ। ଏହାଛଡା ଗୋଲାପ ଜଳକୁ ଆଖିରେ ମଧ୍ୟ ପକାଇପାରିବେ।

– ଏହାଛଡା ତୁଳାକୁ ଥଣ୍ଡା କ୍ଷୀରରେ ବୁଡାଇ ଆଖି ଉପରେ ରଖିଦିଅନ୍ତୁ। ଆରାମ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.