କରୋନା ଭାଇରସ

ଦୂର ହେଲା ସମସ୍ୟା, ଜିନିଷପତ୍ର ଆଣିବାକୁ ଖୁଚୁରା ଦୋକାନୀ ଓ ଏକ ନମ୍ବର ହାଟ ପରିବା ଦୋକାନୀଙ୍କୁ ମିଳିଲା ପାସ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱରରେ ଖୁଚୁରା ବ୍ୟବସାୟୀମାନେ ଉଚିତ ପ୍ରମାଣ ପତ୍ର ଦେଖାଇ ନିକଟସ୍ଥ ଥାନା ଅଧିକାରୀଙ୍କ ଠାରୁ ପାସ୍ ନେଇ ପାରିବେ । ଯଦି ଥାନାରୁ ପାସ ନେଇ ପାରୁ ନାହାନ୍ତି ତେବେ ବ୍ୟବସାୟୀ ସଂଘ ସମ୍ପାଦକଙ୍କ ଠାରୁ ପାସ ନେଇ ପାରିବେ । ରାସ୍ତାରେ ବ୍ୟବସାୟୀମାନେ ଯିବା ଆସିବା ବେଳେ ସେମାନଙ୍କୁ ରୋକା ଯିବ ନାହିଁ । ପରବର୍ତ୍ତୀ ସମୟରେ ଆଉ ହଜାରେ ପାସ ଖୁଚୁରା ବେପାରୀଙ୍କୁ ଦିଆଯିବ। ସୂଚନା ଥାଉ କି ଖୁଚୁରା ଦୋକାନୀମାନେ ହୋଲସେଲ୍‌ ଦୋକାନରୁ ଜିନିଷପତ୍ର ଆଣିବା ବେଳେ ପୋଲିସ୍‌ କଟକଣାର ଶିକାର ହେଉଥିବା ଅଭିଯୋଗ ଆସିଥିଲା । ତେବେ ସେହି ସମସ୍ୟା ଦୂର ହୋଇଥିବା ଓଡିଶା ବ୍ୟବସାୟୀ ମହାସଂଘ ସମ୍ପାଦକ ସୁଧାକର ପଣ୍ଡା ସୂଚନା ଦେଇଛନ୍ତି ।

ସେହିପରି ଏକନମ୍ଵର ହାଟକୁ ପରିବା ବ୍ୟବସାୟୀମାନେ ମଧ୍ୟ ଆସିବାକୁ ଅନୁମତି ମିଳିଛି । ଭୁବନେଶ୍ୱର ବଜାରକୁ ଆସୁଥିବା ପରିବା ବ୍ୟବସାୟୀମାନଙ୍କ ଆସିବା ନେଇ କୌଣସି ଅସୁବିଧା ନାହିଁ। ଏଥିପାଇଁ ୧୫୦୦ ଶହ ପାସ ଦିଆହୋଇଛି । ଆହୁରି ୫୦୦ ପାସ୍‌ ଦିଆଯିବ । ଗତଦୁଇ ଦିନ ଧରି ପରିବା ଦରରେ ଯେଉଁ ବୃଦ୍ଧି ଦେଖାଯାଇଥିଲା ତାହା ବର୍ତ୍ତମାନ ପୁଣି ସାଧାରଣ ହେବ ବୋଲି ପରିବା ବ୍ୟବସାୟ ମହାସଂଘ ସଭାପତି କବିରାଜ ସ୍ଵାଇଁ ସୂଚନା ଦେଇଛନ୍ତି । କମିଶନରେଟ୍‌ ପୋଲିସ୍‌ ତରଫରୁ ଏହି ପାସ୍‌ ବ୍ୟବସ୍ଥା କରାଯାଇଛି ।

ରାଜଧାନୀକୁ ବାହାରୁ ଗ୍ରୋସରୀ ଓ ପନିପରିବା ନେବା ଆଣିବାରେ କଟକଣା ନାହିଁ । ଗୁଜବ ଦୂର କରିବାକୁ ବାଙ୍କୀ, ଆଠଗଡ଼ ଓ ଖୁଣ୍ଟୁଣୀକୁ ଯାଇଥିଲେ କମିିଶନରେଟ ପୋଲିସ ଅଧିକାରୀ । କୌଣସି ଅସୁବିଧା ହେଲେ ଥାନା ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଏ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

KNews Bureau

Recent Posts

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

1 hour ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

2 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

2 hours ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

2 hours ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…

3 hours ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

3 hours ago