Below header

ଦୂର ହେଲା ସମସ୍ୟା, ଜିନିଷପତ୍ର ଆଣିବାକୁ ଖୁଚୁରା ଦୋକାନୀ ଓ ଏକ ନମ୍ବର ହାଟ ପରିବା ଦୋକାନୀଙ୍କୁ ମିଳିଲା ପାସ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱରରେ ଖୁଚୁରା ବ୍ୟବସାୟୀମାନେ ଉଚିତ ପ୍ରମାଣ ପତ୍ର ଦେଖାଇ ନିକଟସ୍ଥ ଥାନା ଅଧିକାରୀଙ୍କ ଠାରୁ ପାସ୍ ନେଇ ପାରିବେ । ଯଦି ଥାନାରୁ ପାସ ନେଇ ପାରୁ ନାହାନ୍ତି ତେବେ ବ୍ୟବସାୟୀ ସଂଘ ସମ୍ପାଦକଙ୍କ ଠାରୁ ପାସ ନେଇ ପାରିବେ । ରାସ୍ତାରେ ବ୍ୟବସାୟୀମାନେ ଯିବା ଆସିବା ବେଳେ ସେମାନଙ୍କୁ ରୋକା ଯିବ ନାହିଁ । ପରବର୍ତ୍ତୀ ସମୟରେ ଆଉ ହଜାରେ ପାସ ଖୁଚୁରା ବେପାରୀଙ୍କୁ ଦିଆଯିବ। ସୂଚନା ଥାଉ କି ଖୁଚୁରା ଦୋକାନୀମାନେ ହୋଲସେଲ୍‌ ଦୋକାନରୁ ଜିନିଷପତ୍ର ଆଣିବା ବେଳେ ପୋଲିସ୍‌ କଟକଣାର ଶିକାର ହେଉଥିବା ଅଭିଯୋଗ ଆସିଥିଲା । ତେବେ ସେହି ସମସ୍ୟା ଦୂର ହୋଇଥିବା ଓଡିଶା ବ୍ୟବସାୟୀ ମହାସଂଘ ସମ୍ପାଦକ ସୁଧାକର ପଣ୍ଡା ସୂଚନା ଦେଇଛନ୍ତି ।

vegetableସେହିପରି ଏକନମ୍ଵର ହାଟକୁ ପରିବା ବ୍ୟବସାୟୀମାନେ ମଧ୍ୟ ଆସିବାକୁ ଅନୁମତି ମିଳିଛି । ଭୁବନେଶ୍ୱର ବଜାରକୁ ଆସୁଥିବା ପରିବା ବ୍ୟବସାୟୀମାନଙ୍କ ଆସିବା ନେଇ କୌଣସି ଅସୁବିଧା ନାହିଁ। ଏଥିପାଇଁ ୧୫୦୦ ଶହ ପାସ ଦିଆହୋଇଛି । ଆହୁରି ୫୦୦ ପାସ୍‌ ଦିଆଯିବ । ଗତଦୁଇ ଦିନ ଧରି ପରିବା ଦରରେ ଯେଉଁ ବୃଦ୍ଧି ଦେଖାଯାଇଥିଲା ତାହା ବର୍ତ୍ତମାନ ପୁଣି ସାଧାରଣ ହେବ ବୋଲି ପରିବା ବ୍ୟବସାୟ ମହାସଂଘ ସଭାପତି କବିରାଜ ସ୍ଵାଇଁ ସୂଚନା ଦେଇଛନ୍ତି । କମିଶନରେଟ୍‌ ପୋଲିସ୍‌ ତରଫରୁ ଏହି ପାସ୍‌ ବ୍ୟବସ୍ଥା କରାଯାଇଛି ।

ରାଜଧାନୀକୁ ବାହାରୁ ଗ୍ରୋସରୀ ଓ ପନିପରିବା ନେବା ଆଣିବାରେ କଟକଣା ନାହିଁ । ଗୁଜବ ଦୂର କରିବାକୁ ବାଙ୍କୀ, ଆଠଗଡ଼ ଓ ଖୁଣ୍ଟୁଣୀକୁ ଯାଇଥିଲେ କମିିଶନରେଟ ପୋଲିସ ଅଧିକାରୀ । କୌଣସି ଅସୁବିଧା ହେଲେ ଥାନା ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଏ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.