କରୋନା ଭାଇରସ

ଦକ୍ଷିଣ କୋରିଆରେ ଚିନ୍ତା ବଢାଇଲା କରୋନା ଭାଇରସ୍, ସୁସ୍ଥ ହୋଇ ଘରକୁ ଫେରୁଥିବା ଲୋକେ ପୁଣି ହେଉଛନ୍ତି ସଂକ୍ରମିତ

ଦକ୍ଷିଣ କୋରିଆ: କରୋନା ଭାଇରସ୍‌କୁ ନେଇ ଦକ୍ଷିଣ କୋରିଆରେ ଏକ ନୂଆ ଚିତ୍ର ସାମ୍ନାକୁ ଆସିଛି । ପୁଣି ଥରେ କରୋନା ଆକ୍ରାନ୍ତ ହୋଇଛନ୍ତି ସୁସ୍ଥ ହୋଇଥିବା ବ୍ୟକ୍ତି । ଯେଉଁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିଲେ, ଏବେ ପୁର୍ନବାର ସେମାନେ ସଂକ୍ରମିତ ହୋଇଛନ୍ତି । ଯାହା ସବୁ କରୋନା ଆକ୍ରାନ୍ତ ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି ।

ଗତ ଶୁକ୍ରବାର ଦିନ ୯୧ ଜଣ ନୂଆ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ କିପରି ପୁଣି ଥରେ ଏମାନେ ସଂକ୍ରମିତ ହେଲେ, ସେନେଇ କୌଣସି ବିଶେଷ ତଥ୍ୟ ମିଳିନାହିଁ। ଦକ୍ଷିଣ କୋରିଆରେ ମୋଟ ୧୦ ହଜାର ୪୫୦ ଜଣ ସଂକ୍ରମିତ ହୋଇଛନ୍ତି । ୭ହଜାର ୧୧୭ଜଣ ସୁସ୍ଥ ହୋଇଥିବା ବେଳେ ୨୦୮ ଜଣଙ୍କର ମୃତ୍ୟୁ ହୋଇଛି । ଏବେବି ୩ହଜାର ୧୨୫ ଜଣ ଚିକିତ୍ସିତ ଅଛନ୍ତି । ତେବେ କରୋନାରୁ ସୁସ୍ଥ ହୋଇଥିବା ୯୧ ଜଣ ପୁଣି କରୋନାରେ ଆକ୍ରାନ୍ତ ହେବା, ବିଶେଷଜ୍ଞଙ୍କ ପାଇଁ ଚିନ୍ତା ପାଲଟିଛି ।

Sonalisa

Recent Posts

ଆଜିର ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ ଆଜି କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ନିଜକୁ ଶକ୍ତିବାନ୍‌ ଅନୁଭବ କରିବେ । ପାରିବାରିକ ସୁଖ, ଶାନ୍ତି ରହିବ । ସମ୍ପତ୍ତି ବିବାଦରେ ବିଜୟ…

5 hours ago

ନିଜ ସ୍ଥାନ ବଜାୟ ରଖିଛନ୍ତି ତିନି ମନ୍ତ୍ରୀ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): ମୋଦି ସରକାରର ନିଜ ସ୍ଥାନ ବଜାୟ ରଖିଛନ୍ତି ଓଡ଼ିଶାର ତିନି ମନ୍ତ୍ରୀ । ଅପରିବର୍ତ୍ତିତ ରହିଛି ଧର୍ମେନ୍ଦ୍ର ପ୍ରଧାନ,…

8 hours ago

କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅବଦାନ ଅତୁଳନୀୟ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅନେକ ଅବଦାନ ରହିଛି । କେଵଳ କନ୍ଧମାଳ କାହିଁକି ଭୁବନେଶ୍ୱରର ମର୍ଯ୍ୟାଦା…

8 hours ago

ଚୋରା ଚାଲାଣ ବେଳେ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଦୁଇ ମାଫିଆ ଗିରଫ

ଲମତାପୁଟ: ମାଛକୁଣ୍ଡ ପୋଲିସର ବଡ଼ ସଫଳତା । ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ ।…

8 hours ago

ପାରିବାରିକ ବିବାଦ ନେଲା ଉଗ୍ରରୂପ, ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ

ବାସୁଦେବପୁର: ଜମିଜମା ବିବାଦକୁ ନେଇ ତୁମୁଳକାଣ୍ଡ । ଘରେ ଲଗାଇଦେଲେ ନିଆଁ । ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ…

9 hours ago

ମୋଦିଙ୍କ ୩-୦ କ୍ୟାବିନେଟରେ କାହାକୁ ମିଳିଲା କେଉଁ ବିଭାଗ

ନୂଆଦିଲ୍ଲୀ: ମୋଦିଙ୍କ ତୃତୀୟ ଇନିଂସରେ ମନ୍ତ୍ରୀମାନେ ଶପଥ ନେବା ପରେ ଆଜି ସେମାନଙ୍କ ବିଭାଗ ବଣ୍ଟନ କରାଯାଇଛି । ଆସନ୍ତୁ…

9 hours ago