Below header

ଦକ୍ଷିଣ କୋରିଆରେ ଚିନ୍ତା ବଢାଇଲା କରୋନା ଭାଇରସ୍, ସୁସ୍ଥ ହୋଇ ଘରକୁ ଫେରୁଥିବା ଲୋକେ ପୁଣି ହେଉଛନ୍ତି ସଂକ୍ରମିତ

ଦକ୍ଷିଣ କୋରିଆ: କରୋନା ଭାଇରସ୍‌କୁ ନେଇ ଦକ୍ଷିଣ କୋରିଆରେ ଏକ ନୂଆ ଚିତ୍ର ସାମ୍ନାକୁ ଆସିଛି । ପୁଣି ଥରେ କରୋନା ଆକ୍ରାନ୍ତ ହୋଇଛନ୍ତି ସୁସ୍ଥ ହୋଇଥିବା ବ୍ୟକ୍ତି । ଯେଉଁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିଲେ, ଏବେ ପୁର୍ନବାର ସେମାନେ ସଂକ୍ରମିତ ହୋଇଛନ୍ତି । ଯାହା ସବୁ କରୋନା ଆକ୍ରାନ୍ତ ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି ।

coronaଗତ ଶୁକ୍ରବାର ଦିନ ୯୧ ଜଣ ନୂଆ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ କିପରି ପୁଣି ଥରେ ଏମାନେ ସଂକ୍ରମିତ ହେଲେ, ସେନେଇ କୌଣସି ବିଶେଷ ତଥ୍ୟ ମିଳିନାହିଁ। ଦକ୍ଷିଣ କୋରିଆରେ ମୋଟ ୧୦ ହଜାର ୪୫୦ ଜଣ ସଂକ୍ରମିତ ହୋଇଛନ୍ତି । ୭ହଜାର ୧୧୭ଜଣ ସୁସ୍ଥ ହୋଇଥିବା ବେଳେ ୨୦୮ ଜଣଙ୍କର ମୃତ୍ୟୁ ହୋଇଛି । ଏବେବି ୩ହଜାର ୧୨୫ ଜଣ ଚିକିତ୍ସିତ ଅଛନ୍ତି । ତେବେ କରୋନାରୁ ସୁସ୍ଥ ହୋଇଥିବା ୯୧ ଜଣ ପୁଣି କରୋନାରେ ଆକ୍ରାନ୍ତ ହେବା, ବିଶେଷଜ୍ଞଙ୍କ ପାଇଁ ଚିନ୍ତା ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.