ଆଜିଠୁ ଏସବୁ ରାଜ୍ୟରେ ଖୋଲୁଛି ମଦ ଦୋକାନ, ମିଳିବ ହୋମ ଡେଲିଭରି ସୁବିଧା

କରୋନା ଭାଇରସ ଯୋଗୁ ଏବେ ୨୧ ଦିନ ପାଇଁ ସାରା ଦେଶକୁ ଲକଡାଉନ ଘୋଷଣା କରିଛନ୍ତି ମୋଦି ସରକାର। ଏହି ସମୟରେ ଲୋକମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି। ଆସନ୍ତା କାଲି ଅର୍ଥାତ ଏପ୍ରିଲ ୧୪ ରେ ଲକଡାଉନ ଅବଧି ସରିବ। ତେବେ ଇତିମଧ୍ୟରେ ଗତ କିଛି ଦିନ ହେବ ମଦ ଦୋକାନ ଖୋଲିବାକୁ ଦାବି ହେଉଛି। ଲୋକଙ୍କ ଦାବିକୁ ଦେଖି ଆସାମ ଓ ମେଘାଳୟ ସରକାର ସୋମବାର ବା ଆଜିଠାରୁ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।

Coronavirus in Mumbai: Tipplers may have reason to rejoice, govt ...

ଆସାମରେ ଲକଡାଉନ ମଧ୍ୟରେ ସମୟରେ ସବୁଦିନ ମଦ ଖୋଲାଯିବ ବୋଲି କୁହାଯାଉଥିବା ବେଳେ ମେଘାଳୟରେ କେବଳ ଶୁକ୍ରବାର ଖୋଲିବ ବୋଲି ଜଣାଯାଇଛି। ଉଭୟ ରାଜ୍ୟ ଏହି ସମୟରେ ସାମାଜିକ ଦୂରତ୍ୱକୁ ପ୍ରାଥମିକତା ଦେବେ। ଅନ୍ୟପଟେ ମେଘାଳୟରେ ଦୂରଦୂରାନ୍ତରେ ରହୁଥିବା ଲୋକଙ୍କ ପାଇଁ ମଦର ହୋମ ଡେଲିଭରି କରାଯିବ ବୋଲି ସୂଚନା ମିଳିଛି।

ତାଲା ବନ୍ଦ ଯୋଗୁ ଲୋକମାନେ ମଦ ପାଇପାରୁନଥିବାରୁ ଅବସ୍ଥା ଉଦବେଗଜନକ ରହିଛି। କିଛି ସ୍ଥାନରେ ମଦ ନ ମିଳିବାରୁ ଲୋକେ ଆତ୍ମହତ୍ୟା କରିବାକୁ ଯାଉଥିବା ଜଣାଯାଇଛି। କେତେକ ସ୍ଥାନରେ ଲୋକମାନେ ଦୋକାନ ଭାଙ୍ଗି ମଦ ଚୋରି କରୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.