Below header

ଲକଡାଉନରେ ବି ସ୍ୱଚ୍ଛତାକୁ ଗୁରୁତ୍ୱ, ମହିଳାଙ୍କୁ ସାନିଟାରୀ ପ୍ୟାଡ୍ ବାଣ୍ଟିଲେ ମହିଳା ପୋଲିସ ଅଫିସର

ଲକଡାଉନ ଯୋଗୁ ଦୋକାନ ବନ୍ଦ ରହୁଥିବାରୁ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାରେ ସମସ୍ୟା ଦେଖାଯାଉଛି। ଖାସ୍ କରି ମହିଳାମାନଙ୍କୁ ସାନିଟାରୀ ପ୍ୟାଡ଼ କିଣିବାର ଅସୁବିଧା ହେଉଛି। ଅତ୍ୟାବଶ୍ୟକୀୟ ସାମଗ୍ରୀ ମଧ୍ୟରେ ପ୍ୟାଡ଼ ଆସୁନଥିବାରୁ ଗରିବ ମହିଳାମାନେ ଅଧିକ ହଇରାଣ ହେଉଛନ୍ତି। ମହିଳାଙ୍କର ଏହି ସମସ୍ୟାକୁ ହୃଦୟଙ୍ଗମ କରି ସରକାର ଏକ ନୂଆ ଉପାୟ ବାହାର କରିଛନ୍ତି।

When having your period leads to a blood transfusion | Life ...

ଜିଲ୍ଲା ପ୍ରଶାସନ ତରଫରୁ ମହିଳାଙ୍କ ଲାଗି ସ୍ୱତନ୍ତ୍ର ହେଲ୍ପଲାଇନ ନମ୍ବର-୭୨୪୭୮୩୩୩୧୧ ଓ ୭୫୩୫୮୪୪୪୨୨ ଆରମ୍ଭ କରାଯାଇଛି। ଏହି ନମ୍ବରରେ କେବଳ ମହିଳା କର୍ମଚାରୀଙ୍କୁ ଡ୍ୟୁଟି ଦିଆଯାଇଛି। ଫଳରେ ମହିଳାମାନେ ବିନା ସଙ୍କୋଚରେ ନିଜ ସମସ୍ୟା କହିପାରିବେ।

police2

ଅନ୍ୟପଟେ ପଞ୍ଜାବ ପୋଲିସର ଡିଏସପି ରୂପିନ୍ଦର କୌର ସାରା ରବିବାର ଦିନ ଲୁଧିଆନାରେ ମହିଳାଙ୍କୁ ସାନିଟାରୀ ପ୍ୟାଡ଼ ବାଣ୍ଟି ଥିବା ଦେଖିବାକୁ ମିଳିଛି। ସେ କହିଛନ୍ତି ଯେ ବିପିଓ ଦ୍ୱାରା ସମସ୍ତ ଅଞ୍ଚଳକୁ ୬୦-୭୦ ଜଣଙ୍କ ପାଇଁ ଖାଦ୍ୟ, ଔଷଧ, ସାନିଟାରୀ ପ୍ୟାଡ଼, ସାନିଟାଇଜର, ମାସ୍କ ଓ ସାବୁନ ପଠାଯାଇଛି। ବସ୍ତି ଅଞ୍ଚଳରେ ପ୍ରାୟ ୨୫ ହଜାର ମହିଳାଙ୍କୁ ୩୨୦୦ ପ୍ୟାକେଟ ପ୍ୟାଡ଼ ବଣ୍ଟନ କରାଯାଇଛି। ତେବେ ପୋଲିସ ବାହିନୀର ଏହି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରୁଥିବା ଦେଖାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.