ମା’ ତାରିଣୀଙ୍କ ପୀଠରେ ନିରାଡମ୍ବର ଭାବେ ପାଳିତ ହୋଇଛି ମହାବିଷୁବ ସଂକ୍ରାନ୍ତି, କରୋନା କଟକଣା ପାଇଁ ହୋଇନଥିଲା ଭକ୍ତଙ୍କ ସମାଗମ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ଜଗତ ଜନନୀ ଘଟଗାଁ ବାସୀନୀ ମା ତାରିଣୀଙ୍କ ପିଠରେ ମୁଖ୍ୟ ପର୍ବ ଭାବେ ୭ଦିନ ଧରି ପାଳିତ ହୋଇଥାଏ ମାଙ୍କ ଚଇତି ପର୍ବ । ଏହି ୭ଦିନ ମଧ୍ୟରେ ପଣା ସଂକ୍ରାନ୍ତି ଦିନ ମାଙ୍କ ଚିଇତି ପର୍ବର ମୁଖ୍ୟ ଦିନ ହୋଇଥିବା ବେଳେ ଏହି ଦିନ ମାଙ୍କୁ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ । ମାଙ୍କ ଏହି ପର୍ବ ୮୪ତମ ବର୍ଷରେ ପଦାର୍ପଣ କରିଥିବା ବେଳେ ଏହି ପର୍ବ ୧୯୩୭ ମସିହା ଠାରୁ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ପ୍ରତେକ ବର୍ଷ ମହା ଆଡମ୍ବର ସହ ମା’ଙ୍କ ଏହି ଉତ୍ସବ ପାଳନ କରାଯାଇଥାଏ । କିନ୍ତୁ ଚଳିତ ବର୍ଷ କରୋନା ପାଇଁ ଏହି ଉତ୍ସବ ଫିକା ପଡିଯାଇଛି । ଆଜି ଦିନରେ ମାଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । କିନ୍ତୁ କରୋନା କଟକଣା ପାଇଁ ଆଜି ଭକ୍ତ ଶୂନ୍ୟ ହୋଇପଡିଛି ମାଙ୍କ ପୀଠ ।

Maa_Tariniରାଜ୍ୟ ତଥା ରାଜ୍ୟ ବାହାରୁ ଏହି ଚଇତି ପର୍ବରେ ବହୁ ଭକ୍ତଙ୍କ ସମାଗମ ହୋଇଥାଏ । ବିଶେଷ କରି ପଣାସଙ୍କରାନ୍ତି ଦିନ ଲକ୍ଷାଧିକ ଭକ୍ତ ମାଙ୍କ ସୁନାବେସ ଦର୍ଶନ ପାଇଁ ଘଟଗାଁକୁ ଧାଇଁଆସିଥାନ୍ତି । ଏହି ପରିପେକ୍ଷିରେ ସାତଦିନ ଧରି ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥଏ । ଯାହା ଭକ୍ତଙ୍କୁ ମାଙ୍କ ପୀଠରେ ଭକ୍ତଙ୍କୁ ବାନ୍ଧି ରଖିଥାଏ । କିନ୍ତୁ ଚଳିତ ବର୍ଷ ମହାମାରୀ କରୋନା ପାଇଁ ସମସ୍ତ ସାସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବା ବେଳେ ଭକ୍ତଙ୍କ ଦର୍ଶନ ବାରଣ କରାଯାଇଛି । ଏଥିପାଇଁ ଫିକା ପଡିଯାଇଛି ଏହି ମାଙ୍କ ବଡପର୍ବ ଫିକା ପଡିଯାଇଛି । ଖାଁ ଖାଁ ହୋଇପଡିଛି ଘଟଗାଁ ତାରିଣୀ ପୀଠ । କେବକ ହାତଗଣତି ପୂଜକ ମାନେ ମାଙ୍କ ସମସ୍ତ ନିତିକାନ୍ତି ଯଥାରିତି ଚାଲୁରହିଛି । ମାଙ୍କର ଟିକିଏ ଦର୍ଶନ ପାଇଁ ଭକ୍ତ ଝୁରୀ ହେଉଥିବା ବେଳେ ମାଆ ମଧ୍ୟ ଭକ୍ତଙ୍କ ଆଗମନ କୁ ଅନେଇ ବସିଛନ୍ତି ।

ghatgaon ଅନ୍ୟପଟେ ପଣା ସଂକ୍ରାନ୍ତିରେ ମାଙ୍କ ସମସ୍ତ ନିତିକାନ୍ତି ମନ୍ଦିରରେ ଚାଲିଛି । ଏହି ଅବସରରେ ଆଜି ସକାଳ ପୁଜକ ମାନେ ମାଙ୍କୁ କ୍ଷୀର, ଳହୁଣୀ, ହଳଦି, ଚୁଆ, ଚନ୍ଦନ, ମହୁ ଆଦି ଲେପନ କରି ମାଜଣା କରିବା ପରେ ମାଙ୍କ ସ୍ନାନ ମହାସ୍ନାନ କାର୍ଯ୍ୟ ସମାପନ କରିଥିଲେ । ପରେ ପରେ ପୂଜକ ମାନେ ମାଙ୍କୁ ସୁନାବେଶରେ ସଜ୍ଜିତ କରାଇଛନ୍ତି । ଧୂପ, ଦୀପ, ନୈବ୍ୟଦ, ଶଂଙ୍ଖ, ଘଂଟ ଧ୍ୱନୀ ସହ ମାଙ୍କ ସକାଳ ଆଳତୀ ହୋଇଛି । ଏଥି ସହ ମାଙ୍କ ନିକଟରେ ବାଲ୍ୟଭୋଗ ଲଗାଯାଇଛି । ଦିନ ୧୦ଟାରେ ମାଙ୍କୁ ଖେଚୁଡି ଭୋଗ ଓ ସ୍ୱତନ୍ତ୍ର ପଣାଭୋଗ ଲଗାଯିବ । ଦିନ ୧୨ଟାରେ ମାଙ୍କୁ ଅନ୍ନଶେବନ କରାଯିବା ସହ ୧ଘଟିକା ସମୟରେ ମନ୍ଦିର ପହଡ ପଡିଥିଲା । ସଂନ୍ଧ୍ୟା ସମସୟରେ ସନ୍ଧ୍ୟା ଆଳତୀ ଓ ବିଶେଷ ନିତି ଅନୁଷ୍ଠିତ ହେବ । ଦର୍ଶନ କରିନପାରିବା ମନ୍ଦିର ବାହାରେ କିଛି ଭକ୍ତ ମାଙ୍କ ସ୍ମରଣ କରୁଥିବା ଦେଖିବାକୁ ମିଳିଥିଲା ।

Maa-Birajaଅପରପଟେ କରୋନା ପାଇଁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ମଧ୍ୟ ଏବେ ଖାଁ ଖାଁ । କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କେହି ମନ୍ଦିରକୁ ଆସୁ ନାହାନ୍ତି । କେବଳ ମନ୍ଦିର ମୁଖ୍ୟ ଦ୍ୱାର ସମ୍ମୁଖରୁ ଲୋକେ ମାଆଙ୍କ ଦର୍ଶନ କରି ଫେରି ଯାଉଛନ୍ତି । ସେହିପରି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା, ଝଙ୍କଡ ବାସିନୀ ମା’ ସାରଳା ଏବଂ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଠାକୁରାଣୀ ମା’ ତାରା ତାରେଣୀଙ୍କ ପୀଠରେ ମଧ୍ଯ ସମାନ ପରିସ୍ଥିତି ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.