Below header

ଶେଷରେ ପାଶ୍ବାନଙ୍କ ପୁଅ ସାଜିଲେ ବାରିକ, ଭାଇରାଲ ହେଉଛି ଭିଡ଼ିଓ

କରୋନା ଯୋଗୁ ସମଗ୍ର ବିଶ୍ୱ ଥରହର ହେଉଛି । ଏହାଛଡା ସମଗ୍ର ଦେଶରେ ଲକ ଡାଉନ ଚାଲିଛି । ଏହି ସମୟରେ ସାମାଜିକ ଦୂରତ୍ୱକୁ ବିଶେଷ ଗୁରୁତ୍ୱ ଦିଆଯାଉଛି । ଲକ ଡାଉନ ବେଳେ କେବଳ ଅତ୍ୟାବଶକ ସାମଗ୍ରୀ ବ୍ୟତୀତ ଅନ୍ୟାନ ସେବା ସୁବିଧା ବନ୍ଦ ରହିଛି । ଲକ ଡାଉନ ସମୟରେ ଚିରାଗ ପାଶ୍ବାନ ତାଙ୍କ ପିତା କେନ୍ଦ୍ରୀୟ ମନ୍ତ୍ରୀ ରାମବିଳାସ ପାଶ୍ବାନ ଙ୍କର ହେଆର ଟ୍ରିମିଙ୍ଗ କରିଥିବାର ନଜର ଆସିଛନ୍ତି । ସଂସଦ ଚିରାଗ ପାଶ୍ବାନ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଭିଡ଼ିଓ ସେୟାର କରିଛନ୍ତି । ଏହି ଭିଡ଼ିଓ ରେ ଚିରାଗ ନିଜ ପିତାମାତା ତଥା କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାଶ୍ବାନଙ୍କ ଦାଢିକୁ ଟ୍ରିମିଙ୍ଗ କରୁଥିବା ନଜର ଆସିଛନ୍ତି । ଏହି ଭିଡ଼ିଓ କୁ ସେୟାର କରି ଚିରାଗ କହିଛନ୍ତି ଯେ, ସମୟ ବହୁତ କଠିନ ରହିଛି, କିନ୍ତୁ ଲକ ଡାଉନ ଏକ ସୁନ୍ଦର ପକ୍ଷ ରହିଛି । କେବେ ଜଣାନଥିଲା ଯେ ଏହା ବି ଗୋଟେ ଭଲ କୌଶଳ ।

ଦେଶରେ ଜାରି ହୋଇଥିବା ଲକ ଡାଉନ ଆଜି ୧୯ ଦିନ ଚାଲିଛି । ଏହି ଲକ ଡାଉନର ଅବଧିକୁ ଦୁଇ ସପ୍ତାହ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି । ତେବେ ଏନେଇ କୌଣସି ଔପଚାରିକ ଘୋଷଣା ହେବାକୁ ବାକି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.