ପୁଅର ଶବକୁ ଛାତିରେ ଜାବୁଡି ଚିତ୍କାର କରି କାନ୍ଦୁଥିଲା ମାଆ, ପାକିସ୍ତାନର କ୍ରୋଧ ଆଜି ଛଡାଇନେଲା ମା କୋଳରୁ ପୁଅକୁ

ନିଲମ ଘାଟିରେ ନିକଟରେ ହୋଇଥିବା ଗମ୍ଭୀର କ୍ଷତି ଦ୍ୱାରା ନିୟନ୍ତ୍ରଣ ହରାଇଥିବା ପାକିସ୍ତାନ ନିୟନ୍ତ୍ରଣ ରେଖା ଉପରେ ଗୁଳି ବିନିମୟ କରିଛି। ରବିବାର ପାକିସ୍ତାନ ପକ୍ଷରୁ କୁପୱାଡା ଏବଂ ପୁଂଚ୍ଛ ଜିଲ୍ଲାରେ ହୋଇଥିବା ଗୁଳି ବିନିମୟରେ ଜଣେ ଛୋଟ ଶିଶୁ ଏବଂ ମହିଳାଙ୍କ ସମେତ ତିନି ଜଣ ନାଗରିକଙ୍କର ମୃତ୍ୟୁ ହୋଇଛି। ସେହିପରି ଏଥିରେ ଜଣେ ଗୁରୁତର ହୋଇଛନ୍ତି। ଗୁଳି ବିନିମୟରେ ଜୀବନ ହାରିଥିବା ଛୋଟ ଶିଶୁର ଶବକୁ ତାର ମା ଛାତିରେ ଲଗାଇ ବହୁତ ଜୋରସେ ଚିତ୍କାର କରି କାନ୍ଦୁଛି। ପିଲାଟିକୁ ଛାତିରେ ଆଉଜି ମାଆଟି ବାରବାର କହୁଥାଏ ମୁଁ ଏବେ ମୋ ପୁଅ ବିନା କେମିତି ବଞ୍ଚିବି। ଏବେ ମଧ୍ୟ ସେଠାରେ ଗୁଳି ବିନିମୟ ଚାଲୁ ରହିଛି।

carସେପଟେ ସେନାଙ୍କ ପାଲଟା କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନକୁ ଭାରି କ୍ଷତି ସହିବାକୁ ପଡିଛି। ନିଲମ ଘାଟି ଏବଂ ଡୁଡିନାଲରେ ପାକିସ୍ତାନର ଅନେକ ସ୍ଥାନ ନଷ୍ଟ ହୋଇଯାଇଛି। ଏହି ଗୋଳା ବିନିମୟରେ ଚାରି ସୈନିକ ନିହତ ହେବା ସହିତ ଆଉ କିଛି ଜଣ ଗୁରୁତର ଆହତ ହୋଇଥିବା ଖବର ଆସୁଛି। ଏହାସହିତ କୁହାଯାଉଛି ଯେ ପିଓକେର ନିଖିୟାଲରେ ଆତଙ୍କବାଦୀଙ୍କ ଶିବିର ମାଟିରେ ମିଶିଯାଇଛି, ଯେଉଁଥିରେ ଏକ ଡଜନରୁ ଅଧିକ ଆତଙ୍କବାଦୀ ଏବଂ ଏବଂ ସୈନିକଙ୍କ ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.