ଡାଇବେଟିସ୍ ରୋଗୀଙ୍କ ପାଇଁ ଧନିଆ ପାଣିର ଉପକାରିତା, ଜାଣନ୍ତୁ କେବେ ଏବଂ କିପରି ପିଇବେ
ଡାଇବେଟିସ୍ ବଢିବାର କାରଣ ହେଉଛି ପ୍ରତିଦିନର ଖରାପ ଲାଇଫ୍ଷ୍ଟାଇଲ୍, ଖାଇବା ଅଭ୍ୟାସ, ଷ୍ଟ୍ରେସ୍ କିମ୍ବା ଜେନେଟିକ ବୋଲି କୁହାଯାଏ । ବାସ୍ତବରେ ଏହି ରୋଗରେ ଇନସୁଲିନ୍ କମିବା ଆରମ୍ଭ କରେ ଏବଂ ଏହି କାରଣରୁ ଶରୀରରେ ସୁଗାର ଲେବଲ୍ ବଢିବାକୁ ଲାଗିଥାଏ ।

ଆଜିକାଲି ଦେଶରେ ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା ବଢି ଚାଲିଛି । କେବଳ ବୃଦ୍ଧମାନେ ସୁଗାର ସମସ୍ୟାରେ ପୀଡିତ ହେଉ ନାହାଁନ୍ତି ବରଂ ଯୁବକମାନେ ମଧ୍ୟ ଏହାର ଶିକାର ହେଉଛନ୍ତି । ତେବେ ଡାଇବେଟିସ୍ ବଢିବାର କାରଣ ହେଉଛି ପ୍ରତିଦିନର ଖରାପ ଲାଇଫ୍ଷ୍ଟାଇଲ୍, ଖାଇବା ଅଭ୍ୟାସ, ଷ୍ଟ୍ରେସ୍ କିମ୍ବା ଜେନେଟିକ ବୋଲି କୁହାଯାଏ । ବାସ୍ତବରେ ଏହି ରୋଗରେ ଇନସୁଲିନ୍ କମିବା ଆରମ୍ଭ କରେ ଏବଂ ଏହି କାରଣରୁ ଶରୀରରେ ସୁଗାର ଲେବଲ୍ ବଢିବାକୁ ଲାଗିଥାଏ । ତେବେ ଏହି ରୋଗକୁ କେବଳ ନିୟନ୍ତ୍ରଣ କରାଯାଇପାରିବ କିନ୍ତୁ ପୂରା ଭଲ କରାଯାଇପାରିବ ନାହିଁ । ଏପରି ପରିସ୍ଥିତିରେ ଏହା ଜରୁରୀ ଯେ ଆପଣ ନିଜ ଖାଦ୍ୟରେ ଏପରି ଜିନିଷ ଅନ୍ତର୍ଭୁକ୍ତ କରନ୍ତୁ ଯାହା ସହଜରେ ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରିପାରିବ । ଏହାକୁ ନିୟନ୍ତ୍ରଣ କରିବା ପାଇଁ, ଆପଣ ଔଷଧ ସହିତ କିଛି ଘରୋଇ ଉପଚାର ମଧ୍ୟ ବ୍ୟବହାର କରିପାରିବେ । ତେବେ ସୁଗାର ନିୟନ୍ତ୍ରଣରେ ଧନିଆ ପତ୍ରର ପାଣି ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ତାହେଲେ ଆସନ୍ତୁ ଜାଣିବା ଯେ ଏହି ପାଣିକୁ କିପରି ବ୍ୟବହାର କରିବା ।
ଧନିଆର ଉପକାରୀ :
ଆଣ୍ଟିଡେଟକ୍ସ ଏବଂ ଆଣ୍ଟିସେପ୍ଟିକ୍ ଗୁଣ ବ୍ୟତୀତ କ୍ୟାଲସିୟମ୍, କାରୋଟିନ୍, ଆଇରନ୍, ପୋଟାସିୟମ୍, ଥିଏମାଇନ୍ ଏବଂ ଭିଟାମିନ୍ C ଧନିଆରେ ପ୍ରଚୁର ପରିମାଣରେ ମିଳିଥାଏ । ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଧନିଆ, କେବଳ ଡାଇବେଟିସ୍କୁ କମ୍ କରିବାରେ ସାହାଯ୍ୟ କରେ ନାହିଁ, ବରଂ ଥାଇରଏଡ୍, ରକ୍ତହୀନତା, କୁଣ୍ଡିଆ ଏବଂ ଖରାପ କୋଲେଷ୍ଟ୍ରୋଲ୍ କମ୍ କରିବାରେ ମଧ୍ୟ ସାହାଯ୍ୟ କରେ ।
ସେଥିପାଇଁ ସକାଳେ ଖାଲି ପେଟରେ ସବୁଜ ଧନିଆ ପାଣି ପିଇବା ଦ୍ୱାରା ଆପଣଙ୍କ ବ୍ଲଡ୍ ସୁଗାର ନିୟନ୍ତ୍ରଣ ରହିଥାଏ । ବାସ୍ତବରେ ଡାଇବେଟିସ୍ ରୋଗୀଙ୍କୁ ଖାଦ୍ୟରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଥିବା ଖାଦ୍ୟ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦିଆଯାଇଛି । ଧନିଆରେ ଗ୍ଲାଇସେମିକ୍ ମାତ୍ର ୩୩ ରହିଥାଏ ଯାହାକି ବହୁତ କମ୍ ହୋଇଥାଏ । ଏପରି ପରିସ୍ଥିତିରେ ଏହା ଡାଇବେଟିସ୍ ରୋଗୀଙ୍କ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ସବୁଜ ଧନିଆ ଶରୀରରେ ସୁଗାର ଲେବଲ୍କୁ କମ୍ କରିଥାଏ ଏବଂ ଇନସୁଲିନ୍ ପରିମାଣ ବଢାଇଥାଏ । ଏଥିସହ ଯଦି ଆପଣଙ୍କ ଶରୀରରେ ବ୍ଲଡ୍ ସୁଗାର କମ୍ ରହିଥିବ, ତେବେ ଆପଣ ଧନିଆ ପାଣି ପିଇବା ଉଚିତ୍ ନୁହେଁ । କାରଣ ଏହା ବ୍ଲଡ୍ ସୁଗାରକୁ ଆହୁରି କମ୍ କରିପାରେ । ଯାହାଫଳରେ ଆପଣ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।
ଜାଣନ୍ତୁ ସବୁଜ ଧନିଆ ପାଣି କିପରି ତିଆରି କରିବେ ?
ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ସବୁଜ ଧନିଆ ପତ୍ର ଧୋଇ ଦିଅନ୍ତୁ, ପରିଷ୍କାର ପତ୍ରକୁ ଅଲଗା କରନ୍ତୁ ଏବଂ ଦୁଇ ଚାମଚ ପାଣି ଦେଇ ଏହାକୁ ଗ୍ରାଇଣ୍ଡ୍ କରନ୍ତୁ । ଏବେ ଏହି ମିଶ୍ରଣକୁ ଏକ ଗ୍ଲାସ ପାଣିରେ ପକାଇ ଫୁଟାନ୍ତୁ । ଫୁଟିବା ପରେ ଏହି ପାଣିକୁ ଏକ ଗ୍ଲାସରେ ଢାଳନ୍ତୁ ଏବଂ ବର୍ତ୍ତମାନ ସ୍ୱାଦ ଅନୁଯାୟୀ କଳା ଲୁଣ ଏବଂ ଲେମ୍ବୁ ରସ ମିଶାଇ ପିଅନ୍ତୁ । ଏହା ଆପଣଙ୍କ ହଜମ ଶକ୍ତିକୁ ଭଲ କରିବ ଏବଂ ଆପଣଙ୍କ ସୁଗାର ଲେବଲ ମଧ୍ୟ କମ୍ କରିବ ।