ଭାରତରେ ମିଳିଲା ବାସୁକୀ ନାଗର ଜୀବାଶ୍ମ, ୫୦ ଫୁଟର ଥିଲା ଶରୀର

ଭାରତର ବୈଜ୍ଞାନିକମାନେ ଏକ ପ୍ରାଚୀନ ସାପର ଜୀବାଶ୍ମ ଆବିଷ୍କାର କରିଛନ୍ତି । ଏହା ଦୁନିଆର ସବୁଠାରୁ ବଡ଼ ସାପ ହୋଇଥାଇପାରେ ବୋଲି କୁହାଯାଉଛି । ଆକଳନ ଅନୁଯାୟୀ ଏହି ବିଶାଳ ସାପଟି ୫୦ ଫୁଟ ଲମ୍ବ ହୋଇପାରେ ।

ଭାରତର ବୈଜ୍ଞାନିକମାନେ ଏମିତି ଏକ ଜୀବାଶ୍ମ ଆବିଷ୍କାର କରିଛନ୍ତି ଯେ ଏହା ସମସ୍ତ ପୃଥିବୀ ବାସୀଙ୍କୁ ଚକିତ କରିଛି । ଦୀର୍ଘ ୫ କୋଟି ବର୍ଷ ପୂର୍ବେ ଭାରତରେ ଏମିତି ଏକ ବିଶାଳକାୟ ନାଗ ବୁଲୁଥିଲା ଯେ ଏହା ଆନାକୋଣ୍ଡା ଏବଂ ଅଜଗରକୁ ମଧ୍ୟ ପଛରେ ପକାଇଥିଲା । ତେବେ ବୈଜ୍ଞାନିକମାନେ ଏହି ସାପର ନାଁ ବାସୁକି ଇଣ୍ଡିକସ୍‌ ରଖିଛନ୍ତି । ଭାରତର ବୈଜ୍ଞାନିକମାନେ ଏକ ପ୍ରାଚୀନ ସାପର ଜୀବାଶ୍ମ ଆବିଷ୍କାର କରିଛନ୍ତି । ଏହା ଦୁନିଆର ସବୁଠାରୁ ବଡ଼ ସାପ ହୋଇଥାଇପାରେ ବୋଲି କୁହାଯାଉଛି । ଆକଳନ ଅନୁଯାୟୀ ଏହି ବିଶାଳ ସାପଟି ୫୦ ଫୁଟ ଲମ୍ବ ହୋଇପାରେ, ଯାହା ବର୍ତ୍ତମାନର ରେକର୍ଡଧାରୀ ଟିଟାନୋବୋଆ ଠାରୁ ପ୍ରାୟ ୬.୫ ଫୁଟ ଅଧିକ । ଭାରତରେ ମିଳିଥିବା ଏହି ନୂଆ ପ୍ରଜାତିର ସାପର ନାମ ହେଉଛି ବାସୁକି ଇଣ୍ଡିକସ୍ । ଏହି ସାପର ନାମ ହିନ୍ଦୁ ଧର୍ମରେ ସର୍ପମାନଙ୍କର ପୌରାଣିକ ରାଜାଙ୍କଠାରୁ ମିଳିଥିବା କୁହାଯାଉଛି । ଲାଇଭ ସାଇନ୍ସର ରିପୋର୍ଟ ଅନୁଯାୟୀ ଗୁଜୁରାଟର ପ୍ୟାନାନ୍ଧ୍ରୌ ଲିଗ୍ନାଇଟ୍ ଖଣିରେ ଏହି ବିଶାଳ ସାପର ମୋଟ ୨୭ ଟି ଜୀବାଶ୍ମ ଆବିଷ୍କୃତ ହୋଇଛି ।

ଏହି ଜୀବାଶ୍ମଗୁଡିକ ପ୍ରାୟ ୫ କୋଟି ବର୍ଷ ପୂର୍ବରୁ ଇଓସିନ୍ ଯୁଗର ବୋଲି କୁହାଯାଉଛି । ଏହି ଅନୁସନ୍ଧାନ ସହିତ ଜଡିତ ଲେଖକମାନଙ୍କ କହିବା ଅନୁସାରେ ଏହି ଜୀବାଶ୍ମଟି ଏକ ସମ୍ପୁର୍ଣ୍ଣ ବିକଶିତ ହୋଇଥିବା ସାପର । ଏହି ଟିମ୍ ଜୀବାଶ୍ମର ମେରୁଦଣ୍ଡ ହାଡର ମୋଟେଇ ବ୍ୟବହାର କରି ସାପର ମୋଟ ଶରୀରର ଲମ୍ବକୁ ଆକଳନ କରିଛନ୍ତି । ବାସୁକି ଇଣ୍ଡିକସ୍ ର ଉଚ୍ଚତା ୩୬ରୁ ୫୦ ଫୁଟ ମଧ୍ୟରେ ହୋଇପାରେ । ତେବେ ଏହି ଆକଳନ ପୂରା ଠିକ୍‌ ନୁହେଁ ଏଥିରେ ତ୍ରୁଟି ଥିବାର ସମ୍ଭାବନା ରହିଛି ବୋଲି ଟିମ୍‌ ତରଫରୁ କୁହାଯାଇଛି । ଗତ ଗୁରୁବାର ଦିନ ସାଇଣ୍ଟିଫିକ୍‌ ରିପୋର୍ଟ ଜର୍ନାଲରେ ଏହି ସନ୍ଧାନ ବିଷୟରେ ପ୍ରକାଶ କରାଯାଇଥିଲା । ଅନୁସନ୍ଧାନକାରୀମାନେ ବାସୁକି ଜୀବାଶ୍ମ ଶରୀରର ଲମ୍ବ ନିର୍ଣ୍ଣୟ କରିବା ପାଇଁ ଦୁଇଟି ଉପାୟ ଆପଣାଇଥିଲେ । ସାପର ମେରୁଦଣ୍ଡର ଓସାର ଏବଂ ଏହାର ଲମ୍ବ ଜାଣିବା ପାଇଁ ବର୍ତ୍ତମାନ ଫୃଥିବୀରେ ଥିବା ସାପମାନଙ୍କୁ ବ୍ୟବହାର କରାଯାଇଥିଲା ।

ଏହି ଅଧ୍ୟୟନର ସହ-ଲେଖକ ଦେବଜିତ୍ ଦତ୍ତା, ଆଇଆଇଟି ଋଢ଼କୀରେ ଜଣେ ପୋଷ୍ଟଡକ୍ଟରାଲ୍ ଗବେଷକ ଅଛନ୍ତି । ଲାଇଭ ସାଇନ୍ସ ରିପୋର୍ଟ ଅନୁଯାୟୀ ସେ କହିଛନ୍ତି ଯେ ବାସୁକି ସାପ ଏକ ବିଲୁପ୍ତ ପ୍ରଜାତିର ସାପ , ଯାହା ଅଜଗର ଏବଂ ଆନାକୋଣ୍ଡା ପ୍ରଜାତି ସହିତ ଜଡିତ । ତେଣୁ ଏହି ଜୀବାସ୍ମର ଲମ୍ବ ଜାଣିବା ପାଇଁ ବର୍ତ୍ତମାନର ସାପଗୁଡ଼ିକୁ ବ୍ୟବହାର କରାଯାଉଛି । ଏଥିରେ ଭୁଲ ହେବାର ସମ୍ଭାବନା ମଧ୍ୟ ରହୁଛି । ତେବେ ପୂର୍ବରୁ ଖୋଜାଯାଇଥିବା ଟିଟାନୋବୋଆ ସାପର ଜୀବାଶ୍ମ ଠାରୁ ବି ଏହି ଜୀବାଶ୍ମ ବଡ଼ ବୋଲି ଜଣା ପଡ଼ିଛି ।

ବାସୁକୀ ନାମରେ ମିଳିଥିବା ଏହି ଜୀବାଶ୍ମ, ମ୍ୟାଡଟସୋଇଡ ନାମକ ଏକ ସାପ ସହ ଜଡ଼ିତ, ଯାହା ପ୍ରଥମେ ୬.୭ ରୁ ୧୦ କୋଟି ବର୍ଷ ପୂର୍ବେ ଦକ୍ଷିଣ ଆମେରିକା, ଆଫ୍ରିକା, ଭାରତ ଏବଂ ଦକ୍ଷିଣ ୟୁରୋପରେ ରହୁଥିଲା । ଅନୁସନ୍ଧାନକାରୀଙ୍କ କହିବା ଅନୁସାରେ ଏହି ସାପର ଶରୀର ବହୁତ ଚଉଡ଼ା ଥିଲା । ଏହା ଅଧିକାଂଶ ସମୟରେ ସ୍ଥଳଭାଗରେ ହିଁ ରହୁଥିଲା । ପାଖାପାଖି ୨୮ଂ ସେଲସିୟସରେ ଏହି ସାପ ଆରାମରେ ବସବାସ କରି ପାରୁଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.