ଦିଲ୍ଲୀ ମଦ ଦୁର୍ନୀତି ମାମଲା : ମନୀଷ ସିସୋଦିଆଙ୍କୁ ମିଳିଲାନି ଆଶ୍ୱସ୍ତି, ନିଷ୍ପତ୍ତିକୁ ସଂରକ୍ଷିତ ରଖିଲେ କୋର୍ଟ
ତିହାର ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରି ରାଉସ ଆଭେନ୍ୟୁ କୋର୍ଟରେ ଶୁଣାଣି ହୋଇଛି । କୋର୍ଟ ନିଷ୍ପତ୍ତିକୁ ସଂରକ୍ଷିତ ରଖିଛନ୍ତି । ଏହା ପୂର୍ବରୁ ରାଉଜ ଏଭେନ୍ୟୁ କୋର୍ଟ ମାମଲାରେ ୧୫ ଏପ୍ରିଲରେ ଶୁଣାଣି କରିଥିଲେ ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା ଲାଗିଛି । ତିହାର ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରି ରାଉସ ଆଭେନ୍ୟୁ କୋର୍ଟରେ ଶୁଣାଣି ହୋଇଛି । କୋର୍ଟ ନିଷ୍ପତ୍ତିକୁ ସଂରକ୍ଷିତ ରଖିଛନ୍ତି । ଏହା ପୂର୍ବରୁ ରାଉଜ ଏଭେନ୍ୟୁ କୋର୍ଟ ମାମଲାରେ ୧୫ ଏପ୍ରିଲରେ ଶୁଣାଣି କରିଥିଲେ ।
ଅବକାରୀ ମାମଲାରେ ମନୀଷ ସିସୋଦିଆଙ୍କ ଜାମିନକୁ ନେଇ ଶୁଣାଣି ଶେଷ ହୋଇଛି । ସିବିଆଇ ପକ୍ଷରୁ ଡକ୍ୟୁମେଣ୍ଟ ଦିଆଯାଇଛି । ସିବିଆଇ ଓକିଲ କହିଛନ୍ତି ଯେ, ମନୀଷ ମୁଖ୍ୟ ଅପରାଧ ପ୍ରମାଣରେ ହେରଫେର କରିପାରନ୍ତି । ସିସୋଦିଆଙ୍କ ଜାମିନ ପିଟିସନର ଇଡି ବିରୋଧ କରିଛି । ବର୍ତ୍ତମାନ ସିବିଆଇଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ପରେ ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି । କୋର୍ଟ ୧୨ ଏପ୍ରିଲରେ ସିବିଆଇ ଏବଂ ଇଡିକୁ ନୋଟିସ ଜାରି କରି ସପ୍ତାହ ସାରା ନିଜ ଉତ୍ତର ଦାଖଲ କରିବାକୁ କହିଥିଲେ ।
The Rouse Avenue court has reserved its order on bail pleas of Manish Sisodia seeking regular bail in CBI and ED cases related to the Delhi Excise policy. The court is to pronounce the order on April 30.
— ANI (@ANI) April 20, 2024
ସିସୋଦିଆଙ୍କ ତରଫରୁ ନିର୍ବାଚନ ପ୍ରଚାର ପାଇଁ ଜାମିନ ପାଇଁ ଯାଚିକା କରାଯାଇଥିଲା । ଯାହାକୁ ନେଇ ଦୁଇ ଯାଞ୍ଚ ଏଜେନ୍ସୀ ନିଜ ନିଜର ଯୁକ୍ତି ରଖିଥିଲେ ଏବଂ ଜାମିନ ଯାଚିକାକୁ ବିରୋଧ କରିଥିଲେ । ଏହି ମାମଲାରେ ଆଜି ସିବିଆଇର ଦଲିଲ ଉପରେ ଶୁଣାଣି ହୋଇଥିଲା । ଦିଲ୍ଲୀରେ ୨୫ ମଇକୁ ସମସ୍ତ ୭ଟି ସିଟରେ ଭୋଟିଂ ହେବ । ଖାସ୍ ଏଥିପାଇଁ ନିର୍ବାଚନ ପ୍ରଚାର ପାଇଁ ସିସୋଦିଆ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ ।
ସୂଚନାଯୋଗ୍ୟ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ସିସୋଦିଆଙ୍କୁ ୨୬ ଫେବୃଆରୀରେ ଗିରଫ କରାଯାଇଥିଲା । ଏବ ସେ ତିହାର ଜେଲରେ ବନ୍ଦ ରହିଛନ୍ତି । ଏପର୍ଯ୍ୟନ୍ତ ତାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିନାହିଁ । କୋର୍ଟ ତାଙ୍କ ନ୍ୟାୟିକ ହେପାଜତକୁ ୨୬ ଏପ୍ରିଲ ପର୍ଯ୍ୟନ୍ତ ବଢାଇଛନ୍ତି ।
୨୦୨୧ ମାର୍ଚ୍ଚ ୨୨ରେ ମନୀଷ ସିସୋଦିଆ ନୂତନ ମଦ ନୀତି ଘୋଷଣା କରିଥିଲେ । ୨୦୨୧ ନଭେମ୍ବର ୧୭ରେ ନୂତନ ମଦ ନୀତି ଅର୍ଥାତ୍ ଏକ୍ସାଇଜ୍ ପଲିସି ୨୦୨୧-୨୨ ଲାଗୁ କରାଯାଇଥିଲା । ନୂତନ ନୀତି ଆସିବା ପରେ ସରକାର ମଦ ବ୍ୟବସାୟରୁ ବାହାରି ଆସିଥିଲେ ଏବଂ ପୂରା ମଦ ଦୋକାନ ଘରୋଇ ହାତକୁ ଚାଲିଯାଇଥିଲା । ଏହି ମାମଲାରେ କେଜ୍ରିଓ୍ଵାଲଙ୍କୁ ଇଡି ୨୧ ମାର୍ଚ୍ଚରେ ଗିରଫ କରିଥିଲା ।