ମହାନଦୀ ବ୍ରିଜ ଉପରେ ଦମ୍ପତିଙ୍କୁ ଧକ୍କା ଦେଲା ଆମ୍ବୁଲାନ୍ସ, ସ୍ୱାମୀ-ସ୍ତ୍ରୀ ମୃତ; ବର୍ତ୍ତିଲେ ୨ ଶିଶୁ
ବୌଦ୍ଧ ଟାଉନ ଥାନା ମହାନଦୀ ବ୍ରିଜ ଉପରେ ଦୁର୍ଘଟଣା । ଦମ୍ପତିଙ୍କୁ ଧକ୍କା ଦେଲା ଆମ୍ବୁଲାନ୍ସ । ଫଳରେ ଘଟଣାସ୍ଥଳରେ ସ୍ବାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥି ନେଇ ଡାକ୍ତର ସୂଚନା ଦେଇଛନ୍ତି। ମୃତକ ହେଲେ ମିଟୁ ବେହେରା ଗୁରୁତର ହେଲେ ମନରମା ବେହେରା । ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୨ ଶିଶୁ।

ବୌଦ୍ଧ (କେନ୍ୟୁଜ) : ବୌଦ୍ଧ ଟାଉନ ଥାନା ମହାନଦୀ ବ୍ରିଜ ଉପରେ ଦୁର୍ଘଟଣା । ଦମ୍ପତିଙ୍କୁ ଧକ୍କା ଦେଲା ଆମ୍ବୁଲାନ୍ସ । ଫଳରେ ଘଟଣାସ୍ଥଳରେ ସ୍ବାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥି ନେଇ ଡାକ୍ତର ସୂଚନା ଦେଇଛନ୍ତି। ମୃତକ ହେଲେ ମିଟୁ ବେହେରା ଓ ଗୁରୁତର ହେଲେ ମନରମା ବେହେରା । ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୨ ଶିଶୁ।
ସୂଚନା ଅନୁସାରେ ଦମ୍ପତି ୨ ପିଲାଙ୍କ ସହ ବ୍ରିଜ ଉପରେ ରେ ଛିଡ଼ାହୋଇ ମହାନଦୀ ପାଣି ଦେଖୁଥିଲେ । ଏହି ସମୟରେ ବାଇକ୍ କୁ ପଛପଟୁ ଧକ୍କା ଦେଇଥିଲା ଆମ୍ବୁଲାନ୍ସ । ଘଟଣାସ୍ଥଳରେ ବାଇକ୍ ଆରୋହୀ ମିଟୁ ବେହେରାଙ୍କ ମୃତ୍ୟୁ ହୋଇଥିବା ବେଳେ ପଛରେ ବସିଥିବା ସ୍ତ୍ରୀ ମନରମା ବେହେରା ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ମୃତ୍ୟୁ ହୋଇଛି । କିନ୍ତୁ ଏହି ମର୍ମନ୍ତୁଦ ଦୁର୍ଘଟଣାରୁ ବଞ୍ଚି ଯାଇଛନ୍ତି ୨ଶିଶୁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଆମ୍ବୁଲାନ୍ସ ଡ୍ରାଇଭରକୁ ଅଟକ ରଖି ପଚାରଉଚରା କରୁଛି ।