ମନ୍ଦିର ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର, ମାରି ଫିଙ୍ଗି ଦେଇଥିବା ସନ୍ଦେହ

ଯୁବକଙ୍କୁ ପିଟିପିଟି ହତ୍ୟା । ବୌଦ୍ଧ ଆଦର୍ଶ ଥାନା ବଘିଆପଡା ଫାଣ୍ଡି ଗୌଡଦେଇ ମନ୍ଦିର ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ଜାମପାଲିର ବୀଭିଷଣ ମହାରଥୀ ।

ବୌଦ୍ଧ (କେନ୍ୟୁଜ): ଯୁବକଙ୍କୁ ପିଟିପିଟି ହତ୍ୟା । ବୌଦ୍ଧ ଆଦର୍ଶ ଥାନା ବଘିଆପଡା ଫାଣ୍ଡି ଗୌଡଦେଇ ମନ୍ଦିର ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ଜାମପାଲିର ବିଭୀଷଣ ମହାରଥୀ  ।  ଗତକାଲି ରାତିରୁ ଘରୁ ଯାଇ ଆଉ ଫେରି ନଥିଲେ ବିଭୀଷଣ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ତାଙ୍କର କୌଣସି ପତ୍ତା ମିଳିନଥିଲା । ଆଜି ସକାଳେ ଗୌଡ଼ଦେଇ ମନ୍ଦିର ପଛପଟେ ରକ୍ତ ଉଡୁବୁଡୁ ଅବସ୍ଥାରେ ଏକ ଯୁବକଙ୍କ ମୃତଦେହ ପଡିଥିବା ଖବର ଶୁଣି ପରିବାର ଲୋକେ ଘଟଣା ସ୍ଥଳକୁ ଯାଇଥିଲେ। ସେଠାରେ ସେମାନେ ବିଭିଷଣଙ୍କ ମୃତଦେହ ଚିହ୍ନଟ କରିଛନ୍ତି ।

ସେପଟେ ମୃତଦେହ ପଡିଥିବା ସ୍ଥାନରୁ ଏକ ଘରକୁ ରକ୍ତ ଚିହ୍ନ ପଡିଛି । ଫଳରେ ଉକ୍ତ ଘରୁ ତାଙ୍କୁ ପିଟି ପିଟି ପିଟି ହତ୍ୟା ପରେ ବାହାରେ ଆଣି ପିଙ୍ଗି ଦେଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି। ଉକ୍ତ ଘର ତାଲା ପଡିଥିବାରୁ ସନ୍ଦେହ ଆହୁରି ଘନୀଭୂତ ହୋଇଛି । ଖବର ପାଇ ବଘିଆପଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ ଚଳାଇଛି। ତେବେ ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ସୂଚନା ମିଳି ପାରି ନ ଥିବା ଜଣାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.