କରୋନା ଭାଇରସ

ଭାରତରେ କରୋନା ଟିକା ନେଇ ଖୁସି ଖବର: ଫାଇଜର ପରେ ସେରମ ଇନିଷ୍ଟିଚ୍ୟୁଟ୍‌ ଜରୁରୀକାଳୀନ ଟିକାକରଣ ନେଇ ମାଗିଲା ଅନୁମତି

ନୂଆଦିଲ୍ଲୀ: ଭାରତରେ କରୋନା ଟିକା ନେଇ ଖୁସି ଖବର । ଫାଇଜର ପରେ ସେରମ ଇନିଷ୍ଟିଚ୍ୟୁଟ୍‌ ଜରୁରୀକାଳୀନ ଟିକାକରଣ ନେଇ ଅନୁମତି ମାଗିଲା । DCGIକୁ ଅନୁମତି ମାଗିଲା ସେରମ ଇନିଷ୍ଟିଚ୍ୟୁଟ୍‌ । କୋଭିସିଲଡ୍‌ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ରବିବାର ରାତିରେ ଅନୁମତି ମାଗିଛି । DCGIକୁ ଅନୁମତି ମାଗିବାରେ ଭାରତର ପ୍ରଥମ ସ୍ୱଦେଶୀ ଟିକା କମ୍ପାନୀ । ଏହାପୂର୍ବରୁ ଆମେରିକୀୟ କମ୍ପାନୀ ଫାଇଜର ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଥିଲା । ଅକ୍ସଫୋର୍ଡ ଟିକା ଭାରତ ଓ ଓଡ଼ିଶା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ।

କାରଣ ଅକ୍ସଫୋର୍ଡ ଓ ଆଷ୍ଟ୍ରେଜେନେକା, ଭାରତର ସେରମ ଇନ୍‌ଷ୍ଟିଚ୍ୟୁଟ ସହ ଚୁକ୍ତି କରିଛି। ସେରମ ଟିକା ଉତ୍ପାଦନରେ ଲାଗିଛି। ଦୁଇଟି ଡୋଜ୍‌ ପାଇଁ ଦାମ୍‌ ରହିଛି ୧ ହଜାର ଟଙ୍କା । ଓଡ଼ିଶା ସରକାର ସେରମ ଇନ୍‌ଷ୍ଟିଚୁଟ୍‌ ସହ ଚୁକ୍ତି କରିଛନ୍ତି । ତେଣୁ ଟିକା ଆସିଲେ, ଓଡ଼ିଶାକୁ ମଧ୍ୟ ଶୀଘ୍ର ଟିକା ମିଳିବ ବୋଲି ଆଶା କରାଯାଉଛି।

ଫାଇଜର ତୁଳନାରେ କିନ୍ତୁ ଅକ୍ସଫୋର୍ଡ ଟିକା ସୁଲଭ ଦରରେ ମିଳି ପାରିବ। ଫାଇଜର ଟିକା ରଖିବାକୁ ଆବଶ୍ୟକ ମାଇନସ ୭୦ ଡିଗ୍ରୀ। କିନ୍ତୁ ଅକ୍ସଫୋର୍ଡ ଟିକା ଫ୍ରିଜରେ ରଖି ହେବ। ତେଣୁ ଫାଇଜର ତୁଳନାରେ ଅକ୍ସଫୋର୍ଡ ଟିକା ମିଳିବାରେ ସହଜ ହେବ ବୋଲି କୁହାଯାଉଛି। ସେରମ ଏପର୍ଯ୍ୟନ୍ତ ପ୍ରସ୍ତୁତ କରିଛି ୪ କୋଟି ଡୋଜ୍‌ ।

Sonalisa

Recent Posts

ପୁଣେ ପୋର୍ସେ କାର ଦୁର୍ଘଟଣା ମାମଲା: ନାବାଳକ ଅଭିଯୁକ୍ତର ମା’ ଗିରଫ, ରକ୍ତ ନମୁନା ବଦଳାଇଥିବା ଅଭିଯୋଗ

ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲାରେ ନାବାଳକଙ୍କ ମା’ଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ନାବାଳକ ମା' ଶିବାନୀ…

1 min ago

ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି, ଉପକୂଳରେ ଅସହ୍ୟ ହେଉଛି ଗୁଳୁଗୁଳି

କେନ୍ୟୁଜ୍‌: ଜଳୁଛି ପଶ୍ଚିମ, ସିଝୁଛି ଉପକୂଳ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି । ଆକାଶରୁ ହେଉଛି ଅଗ୍ନିବର୍ଷା ।…

25 mins ago

ଗ୍ରାହକଙ୍କୁ ଆଶ୍ୱସ୍ତି, ମାସ ଆରମ୍ଭରୁ କମିଲା ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ଦେଶରେ ଲୋକସଭା ନିର୍ବାଚନର ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି । ଭୋଟ ଚାଲିଥିବା ବେଳେ ଗ୍ରାହକଙ୍କୁ ଖୁସି କରିଦେଇଛନ୍ତି…

33 mins ago

ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ

କେନ୍ୟୁଜ୍‌: ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ । ୫୭ଟି…

59 mins ago

ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ

ମୟୂରଭଞ୍ଜ(କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…

1 hour ago

ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ଡିଜେଲ ଓ ପେଟ୍ରୋଲ୍ ମୂଲ୍ୟ

ଆସନ୍ତୁ ଜାଣିବା ଆଜି କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା…

2 hours ago