ଭାରତରେ କରୋନା ଟିକା ନେଇ ଖୁସି ଖବର: ଫାଇଜର ପରେ ସେରମ ଇନିଷ୍ଟିଚ୍ୟୁଟ୍‌ ଜରୁରୀକାଳୀନ ଟିକାକରଣ ନେଇ ମାଗିଲା ଅନୁମତି

ନୂଆଦିଲ୍ଲୀ: ଭାରତରେ କରୋନା ଟିକା ନେଇ ଖୁସି ଖବର । ଫାଇଜର ପରେ ସେରମ ଇନିଷ୍ଟିଚ୍ୟୁଟ୍‌ ଜରୁରୀକାଳୀନ ଟିକାକରଣ ନେଇ ଅନୁମତି ମାଗିଲା । DCGIକୁ ଅନୁମତି ମାଗିଲା ସେରମ ଇନିଷ୍ଟିଚ୍ୟୁଟ୍‌ । କୋଭିସିଲଡ୍‌ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ରବିବାର ରାତିରେ ଅନୁମତି ମାଗିଛି । DCGIକୁ ଅନୁମତି ମାଗିବାରେ ଭାରତର ପ୍ରଥମ ସ୍ୱଦେଶୀ ଟିକା କମ୍ପାନୀ । ଏହାପୂର୍ବରୁ ଆମେରିକୀୟ କମ୍ପାନୀ ଫାଇଜର ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଥିଲା । ଅକ୍ସଫୋର୍ଡ ଟିକା ଭାରତ ଓ ଓଡ଼ିଶା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ।

କାରଣ ଅକ୍ସଫୋର୍ଡ ଓ ଆଷ୍ଟ୍ରେଜେନେକା, ଭାରତର ସେରମ ଇନ୍‌ଷ୍ଟିଚ୍ୟୁଟ ସହ ଚୁକ୍ତି କରିଛି। ସେରମ ଟିକା ଉତ୍ପାଦନରେ ଲାଗିଛି। ଦୁଇଟି ଡୋଜ୍‌ ପାଇଁ ଦାମ୍‌ ରହିଛି ୧ ହଜାର ଟଙ୍କା । ଓଡ଼ିଶା ସରକାର ସେରମ ଇନ୍‌ଷ୍ଟିଚୁଟ୍‌ ସହ ଚୁକ୍ତି କରିଛନ୍ତି । ତେଣୁ ଟିକା ଆସିଲେ, ଓଡ଼ିଶାକୁ ମଧ୍ୟ ଶୀଘ୍ର ଟିକା ମିଳିବ ବୋଲି ଆଶା କରାଯାଉଛି।

covid-19ଫାଇଜର ତୁଳନାରେ କିନ୍ତୁ ଅକ୍ସଫୋର୍ଡ ଟିକା ସୁଲଭ ଦରରେ ମିଳି ପାରିବ। ଫାଇଜର ଟିକା ରଖିବାକୁ ଆବଶ୍ୟକ ମାଇନସ ୭୦ ଡିଗ୍ରୀ। କିନ୍ତୁ ଅକ୍ସଫୋର୍ଡ ଟିକା ଫ୍ରିଜରେ ରଖି ହେବ। ତେଣୁ ଫାଇଜର ତୁଳନାରେ ଅକ୍ସଫୋର୍ଡ ଟିକା ମିଳିବାରେ ସହଜ ହେବ ବୋଲି କୁହାଯାଉଛି। ସେରମ ଏପର୍ଯ୍ୟନ୍ତ ପ୍ରସ୍ତୁତ କରିଛି ୪ କୋଟି ଡୋଜ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.