Below header

ନିଜ ଶତ୍ରୁଙ୍କ ଯୋଗୁଁ ଚିନ୍ତାରେ ରହିଛନ୍ତି କି ? ତେବେ ଆପଣାନ୍ତୁ ଏହି ଚମତ୍କାରୀ ଉପାୟ

ଆପଣ ବେଳେ ବେଳେ ନିଜ ଶତ୍ରୁଙ୍କ କାରନାମା ଯୋଗୁଁ ଚିନ୍ତାରେ ରହିଥାନ୍ତି। କେମିତି ଏଥିରୁ ମୁକ୍ତି ପାଇବେ, ତା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାନ୍ତି। ଅନେକ ପୂଜାପାଠ କରି ଖର୍ଚ୍ଚାନ୍ତ ମଧ୍ୟ ହୁଅନ୍ତି। କିନ୍ତୁ ଏମିତି କିଛି ସହଜ ଓ ଘରୋଇ ଉପାୟ ରହିଛି, ଯାହାକୁ ଆପଣାଇ ଏହି ସମସ୍ଯାରୁ ମୁକ୍ତି ପାଇପାରିବେ।

କ’ଣ ଆପଣ ଜାଣନ୍ତି କି, ନିମ୍ବ ଗଛରେ ଅନେକ ଶକ୍ତି ବାସ କରିଥାନ୍ତି। କୁହାଯାଏ ଉଗ୍ର ଶକ୍ତି, ମହାକାଳୀ, ମା ଦୁର୍ଗା ନିମ୍ବ ଗଛରେ ବାସ କରନ୍ତି। ମା’ ଦୁର୍ଗା ଏବଂ କାଳି ମାତାଙ୍କ ପୂଜା ଜଳକୁ ନିମ୍ବ ଗଛ ମୂଳେ ଢ଼ାଳିବା ଦ୍ବାରା ବହୁତ ଶୁଭ ହୋଇଥାଏ। ଯଦି ଆପଣ ଚାହାନ୍ତି ଆପଣଙ୍କ ଶତ୍ରୁ ଆପଣଙ୍କ ଉପରେ ପ୍ରଭାବ ନ ପକାଏ, ତେବେ ନିମ୍ବରେ ଏମିତି କିଛି ଉପାୟ ଆପଣାଇ ପାରିବେ।

tree

ନିମ୍ବ ଫଳର ଅନେକ ମହତ୍ତ୍ବ ରହିଛି। ଶତ୍ରୁକୁ ନିମ୍ବ ଫଳ ଛୁଆଁଇବା ଦ୍ବାରା ଶତ୍ରୁ ଦ୍ବାରା କରାଯାଉଥିବା କୁଶକ୍ତିକୁ ମାତ୍ ଦିଆଯାଇପାରିବ। ନିମ୍ବ ସହିତ ଅରଖ, ଧତୁରା ଇତ୍ଯାଦିର ପତ୍ର ଏବଂ ଚେର ଶତ୍ରୁଙ୍କ ନାଶ ସହଜରେ କରିପାରେ। ଏଥିପାଇଁ ଆପଣ ରବିବାର ଦିନ ଦ୍ବିପ୍ରହରରେ କିମ୍ବା ମଙ୍ଗଳବାର କିମ୍ବା ଶନିବାର ଦିନ ନିମ୍ବ ଦ୍ବାରା ଏହି ଚତ୍ମକାରୀ ଉପାୟ ଆପଣାନ୍ତୁ।

ଓଁ ନମୋଃ ଅମୁଖ ହନ ହନ ସ୍ବାହାଃ ମନ୍ତ୍ର ଜପ କରନ୍ତୁ। ଏହି ମନ୍ତ୍ର ଜପ କରିବା ଦ୍ବାରା ଶତ୍ରୁ ପ୍ରକୋପରୁ ବଞ୍ଚିପାରିବେ। ଆପଣ ଏହି ମନ୍ତ୍ର ଜପ କରିବା ବେଳେ ସଂପୂର୍ଣ୍ଣ ଶ୍ରଦ୍ଧା ଏବଂ ବିଶ୍ବାସ ସହିତ କରନ୍ତୁ। ଆପଣଙ୍କ ସବୁ ସମସ୍ଯା ଗାଏବ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.