Below header

ଟିଭି ଇଣ୍ଡଷ୍ଟ୍ରୀକୁ ଝଟକା, ଚାଲିଗଲେ ‘ୟେ ରିସ୍ତା କ୍ଯା କେହଲାତା ହୈ’ ର ଆଉ ଜଣେ ଅଭିନେତ୍ରୀ

ଟେଲିଭିଜନ ଇଣ୍ଡଷ୍ଟ୍ରୀକୁ ପୁଣି ଏକ ବଡ଼ ଝଟକା । ଖବର ମୁତାବକ, କିଛିଦିନରୁ ଭେଣ୍ଟିଲେଟରରେ ଥିବା ଅଭିନେତ୍ରୀ ଦିବ୍ୟା ଭଟନାଗରଙ୍କ ପରଲୋକ ହୋଇଛି । କିଛି ଦିନ ହେଲା ଜୀବନମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଦେଇଛନ୍ତି ଦିବ୍ୟା । ଟିଭି ସିରିଏଲ ‘ୟେ ରିସ୍ତା କ୍ୟା କେହଲାତା ହୈ’ ରେ ଗୁଲାବୋ ଭୂମିକାରେ ସେ ଦେଖିବାକୁ ମିଳିଥିଲେ ।

ଦିବ୍ୟା କରୋନା ଭାଇରସ୍ ସଂକ୍ରମିତ ହୋଇଥିଲେ । ଏହାପରେ ତାଙ୍କୁ ଗୋରେଗାଓଁ ସ୍ଥିତ ଏସଆରଭି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ନିମୋନିଆ ହୋଇଥିବା ଜଣାପଡିଥିଲା । ଦିବ୍ୟାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା । ତାଙ୍କ ଅକ୍ସିଜେନ୍ ଲେଭଲ କମ୍ ରହୁଥିଲା । ଫଳରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଭେଣ୍ଟିଲେଟରରେ କିଛି ଦିନ ଜୀବନମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ହାରିଗଲେ ସେ ।

 

View this post on Instagram

 

A post shared by Devoleena Bhattacharjee (@devoleena)

ଦିବ୍ୟାଙ୍କ ପରଲୋକରେ ଟେଲିଭିଜନ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି । ଅନେକ ଅଭିନେତା, ଅଭିନେତ୍ରୀ ତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି । ଦିବ୍ଯାଙ୍କ ପରଲୋକରେ ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ଯ ଇନଷ୍ଟାଗ୍ରମାରେ ଏକ ମେସେଜ କରି ଦୁଃଖ ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.